Commit 6bbb8f5b authored by Nayan Ranjan Paul's avatar Nayan Ranjan Paul

Upload New File

parent 486c0136
ଭାରତ ଓ ଇସ୍ରାଏଲ ମଧ୍ୟରେ ଔପଚାରିକ କୂଟନୈତିକ ସମ୍ପର୍କ ସ୍ଥାପନର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
ସମସ୍ତ ଇସ୍ରାଏଲ ବନ୍ଧୁମାନଙ୍କୁ ଭାରତ ପକ୍ଷରୁ ନମସ୍କାର ଓ ସାଲୋମ୍‌ ।
ଆଜିର ଦିନ ଆମ ସମ୍ପର୍କରେ ଏକ ବିଶେଷ ଗୁରୁତ୍ୱ ବହନ କରିଥାଏ ।
୩୦ ବର୍ଷ ପୂର୍ବେ, ଆଜିର ଦିନରେ, ଆମ ମଧ୍ୟରେ କୂଟନୈତିକ ସମ୍ପର୍କ ପୂର୍ଣ୍ଣ ରୂପରେ ପ୍ରତିଷ୍ଠା ହୋଇଥିଲା ।
ଉଭୟ ଦେଶ ମଧ୍ୟରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଥିଲା ।
ସେହି ଅଧ୍ୟାୟ ନୂଆ ଥିଲା, କିନ୍ତୁ ଆମ ଦୁଇ ଦେଶର ଇତିହାସ ପାଇଁ ବହୁତ ପୁରୁଣା ଥିଲା ।
ଆମ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ଶହ ଶହ ବର୍ଷ ଧରି ଘନିଷ୍ଠ ସମ୍ପର୍କ ରହିଆସିଛି ।
ଭାରତର ମୂଳ ସ୍ଵଭାବ ଅନୁରୂପ, ଶହ ଶହ ବର୍ଷ ଧରି ଆମର ଇହୁଦୀ ସମୁଦାୟ ଭାରତୀୟ ସମାଜରେ ବିନା କୌଣସି ଭେଦଭାବରେ, ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ରହିଆସୁଛନ୍ତି, ଆଗକୁ ବଢ଼ୁଛନ୍ତି ।
ସେମାନେ ଆମ ବିକାଶ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଆସିଛନ୍ତି ।
ଆଜି ବିଶ୍ୱରେ ଯେତେବେଳେ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି, ଭାରତ-ଇସ୍ରାଏଲ ସମ୍ପର୍କର ଗୁରୁତ୍ୱ ଅଧିକ ବୃଦ୍ଧି ପାଇଛି ।
ଆହୁରି, ଭାରତ ନିଜ ସ୍ଵାଧୀନତାର ୭୫ ବର୍ଷ ପୂରଣ କରୁଥିବା ସମୟରେ ଆସନ୍ତାବର୍ଷ ଇସ୍ରାଏଲ ମଧ୍ୟ ନିଜ ସ୍ଵାଧୀନତାର ୭୫ବର୍ଷ ପୂରଣ କରିବ , ଦୁଇ ଦେଶ ମଧ୍ୟ କୂଟନୈତିକ ସମ୍ପର୍କର ୩୦ ବର୍ଷ ପୂରଣ କରୁଛନ୍ତି , ଆପୋସ ସହଯୋଗ ଲାଗି ନୂତନ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ନିମନ୍ତେ ଏହା ଠାରୁ ଭଲ ଅବସର ଆଉ କିଛି ହୋଇନପାରେ ।
୩୦ ବର୍ଷର ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ, ମୁଁ ଆପଣମାନଙ୍କୁ ପୁଣିଥରେ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।
ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଭାରତ-ଇସ୍ରାଏଲ ବନ୍ଧୁତା ଆଗାମୀ ଦଶନ୍ଧିରେ ଆପୋସ ସହଯୋଗର ନୂତନ କୀର୍ତ୍ତିମାନ ପ୍ରତିଷ୍ଠା କରିଚାଲିବ ।
ଧନ୍ୟବାଦ, ତୋଦା ରବ୍ବା
ବିଶିଷ୍ଟ ଶିକ୍ଷାବିତ୍‍ ବାବା ଇକବାଲ ସିଂହ ଜୀଙ୍କର ବିୟୋଗରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଶିକ୍ଷାବିତ୍‍ ବାବା ଇକବାଲ ସିଂହ ଜୀଙ୍କର ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବାବା ଇକବାଲ ସିଂହ ଜୀଙ୍କର ବିୟୋଗରେ ଅତ୍ୟନ୍ତ ଦୁଃଖିତ ।
ଯୁବକମାନଙ୍କ ମଧ୍ୟରେ ଶିକ୍ଷା ପ୍ରସାର ପାଇଁ ସେ କରିଥିବା ଉଦ୍ୟମ ପାଇଁ ସ୍ମରଣୀୟ ହୋଇ ରହିବେ ।
ସେ ସାମାଜିକ ସଶକ୍ତିକରଣକୁ ଆଗକୁ ବଢାଇବା ପାଇଁ ନିରନ୍ତର ପରିଶ୍ରମ କରିଥିଲେ ।
ଏହି ଦୁଃଖଦ ସମୟରେ ମୋର ଚିନ୍ତାଧାରା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହିତ ରହିଛି ।
ୱହେଗୁରୁ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।”
ମଣିପୁର ରାଣୀ ଗାଇଡିନୀଲୁ ରେଳଷ୍ଟେସନରେ ସର୍ବପ୍ରଥମ ମାଲଗାଡି ପହଞ୍ଚିବା ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ତାମେନଲାଫ ଜିଲ୍ଳାର ରାଣୀ ଗାଇଡିନୀଲୁ ରେଳଷ୍ଟେସନରେ ପ୍ରଥମ ମାଲବାହୀ ଟ୍ରେନ ପହଞ୍ଚିବା ନେଇ ପ୍ରଶଂସା କରିବା ସହ ମଣିପୁର ସହ ସଂଯୋଗୀକରଣ ଆହୁରି ଉନ୍ନତ ହେବା ସହ ବାଣିଜ୍ୟ ମଧ୍ୟ ବୃଦ୍ଧି ପାଇବ ବୋଲି କହିଛନ୍ତି ।
ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ଏକ ଟ୍ୱିଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ :
“ଉତ୍ତର ପୂର୍ବାଞ୍ଚଳର ଅବସ୍ଥାନ୍ତର ଜାରି ରହିଛି ।
ମଣିପୁରର ସଂଯୋଗୀକରଣ ସହ ବାଣିଜ୍ୟ ମଧ୍ୟ ବୃଦ୍ଧି ପାଇବ ।
ଆଶ୍ଚର୍ଯ୍ୟଜନକ ଦ୍ରବ୍ୟମାନ ଦେଶର ସବୁ ସ୍ଥାନକୁ ମଣିପୁରକୁ ଯାଇପାରିବ ।”
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment