Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Gurpreet Singh Josan
HIMANGY Corpora
Commits
76bc03a4
Commit
76bc03a4
authored
Sep 19, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
b5542afa
Changes
1
Hide whitespace changes
Inline
Side-by-side
Showing
1 changed file
with
33 additions
and
0 deletions
+33
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia4.txt
...ingual-corpora/vikaspedia.in/vikashpedia_health_odia4.txt
+33
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia4.txt
0 → 100644
View file @
76bc03a4
ପ୍ଲୀହା
ଉପକ୍ରମ
ପ୍ଲୀହା ବା ପିଳେହି ତଥା ଇଂରାଜୀରେ Spleen ଶବ୍ଦଟି ଗ୍ରୀକ ଶବ୍ଦ σπλήν—splḗn ରୁ ଆସିଛି) ପ୍ରାୟ ପ୍ରତ୍ୟେକ ମେରୁଦଣ୍ଡୀ ପ୍ରାଣୀମାନଙ୍କର ଗୋଟିଏ ଅଙ୍ଗ ରୁପେ ପରିଚିତ ଅଟେ ।
ଏହା ଲୋହିତ ରକ୍ତ କଣିକା ଓ ପ୍ରତିରୋଧ ଶକ୍ତି (ଇମ୍ମ୍ୟୁନିଟି) ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରେ [୨] ।
ଏହା ପୁରୁଣା ଲୋହିତ ରକ୍ତ କଣିକାମାନଙ୍କୁ ରକ୍ତ ସଞ୍ଚାଳନରୁ ବାହାର କରି ରଖେ, ରକ୍ତକ୍ଷୟ ସମୟରେ ଏହା ଏକ ରକ୍ତ ଭଣ୍ଡାର ଭଳି କାମ କରେ ।
ଏହା ଦ୍ଵାରା ନଷ୍ଟ ହୋଇଥିବା ବୟସ୍କ ଲୋହିତ ରକ୍ତ କଣିକାରୁ ବହିଷ୍କୃତ ହେମୋଗ୍ଲୋବିନର ବିପଚନ (Metabolism) ହୁଏ ।
ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନରେ ଲୌହ ଅଂଶ ହେମ ଓ ପ୍ରୋଟିନ ଅଂଶ ଗ୍ଲୋବିନ ଥାଏ ।
ଏହି ହେମର ବିପଚନ ହୋଇ ବିଲିରୁବିନ ତିଆରି ହୁଏ ଯାହା ଯକୃତଦ୍ଵାରା ବହିଷ୍କୃତ ହୁଏ[୩] ଓ ଏହାର ଲୌହ ଅଂଶକୁ ପ୍ଲୀହା ରିସାଇକ୍ଲ କରେ ।
ଏହାର ଶ୍ଵେତ ଅଭ୍ୟନ୍ତରରେ ଆଣ୍ଟିବଡି ପ୍ରସ୍ତୁତ ହୁଏ ।
ଜୀବାଣୁ ଓ ରକ୍ତକଣିକାର ବହିଃର୍ଦ୍ଦେଶରେ ଆଣ୍ଟିବଡି କୋଟିଙ୍ଗ ଥିଲେ ପ୍ଲୀହା ସେମାନକୁ ରକ୍ତ ଓ ଲିମ୍ଫ ସଞ୍ଚାଳନରୁ ବାହାର କରିଦିଏ ।
୨୦୦୯ ମସିହାର ଗୋଟିଏ ଅନୁଶୀଳନରୁ ଜଣାଯାଏ, ମୂଷା ପ୍ଲୀହାର ଲାଲ ପଲ୍ପରେ ଦେହରେ ଥିବା ସମୁଦାୟ ମୋନୋସାଇଟ ସଂଖ୍ୟାର ଅଧା ଥାଏ ।
ଏହି ମୋନୋସାଇଟ ଦେହାର କ୍ଷତିଗ୍ରସ୍ତ ସ୍ଥାନମାନଙ୍କୁ ଯାଇ ଡେନ୍ଡ୍ରାଇଟିକ କୋଷ ଓ ମାକ୍ରୋଫେଜରେ ପରିଣତ ହୁଅନ୍ତି ଓ କ୍ଷତ ଶୁଖାନ୍ତି ।
ପ୍ଲୀହା ଗୋଟିଏ ବିରାଟ ଲିମ୍ଫ ନୋଡ ଭଳି ଦେହର ମୋନୋନ୍ୟୁକ୍ଲିଆର ଫେଗୋସାଇଟ ସିସ୍ଟମର କର୍ମକ୍ଷେତ୍ର ରୁପେ କାମ କରେ ଓ ଏହାର ଅଭାବରେ ସଂକ୍ରମଣ ହୁଏ ।
ମନୁଷ୍ୟ ଦେହରେ ପ୍ଲୀହା ପେଟର ଉପର ବାମ ପାର୍ଶ୍ଵରେ ଥାଏ, ଏହା ଦେଖିବାକୁ ମାଟିଆ
ଗଠନ
ପ୍ଲୀହାର ଲମ୍ଵ ସୁସ୍ଥ ଲୋକ ଦେହରେ ୭ ସେ.ମି. ରୁ ୧୪ ସେ.ମି. ପର୍ଯ୍ୟନ୍ତ ଥାଏ, ଓଜନ ୧୫୦ ଗ୍ରାମ ରୁ୨୦୦ ଗ୍ରାମ ଥାଏ ।
ଏ ସବୁ ମନେ ରଖିବା ନିମନ୍ତେ ୧x୩x୫x୭x୯x୧୧ ନିୟମ ଅଛି ।
ଏହି ନିୟମ ଅନୁସାରେ ପ୍ଲୀହାର ଲମ୍ଵ ପ୍ରସ୍ଥ ଓ ମୋଟେଇ ୧"x୩"x୫", ଓଜନ ୭ ଆଉନ୍ସ ଓ ବାମ ପାଖରେ ନବମ ରୁ ଏକାଦଶ ପଞ୍ଜରା ଅସ୍ଥି ପାଖରେ ଥାଏ ।
ଏହାର ମଧ୍ୟଚ୍ଛଦ ପୃଷ୍ଠତଳ (Suface) ଓ ଭିସେରାଲ୍ ପୃସ୍ଠତଳ ଥାଏ ।
ଏହାର ଗୋଟିଏ ସ୍ଥାନକୁ ହାଇଲମ କହନ୍ତି ଯେଉଁ ବାଟ ଦେଇ ରକ୍ତନଳୀ ଓ ଲିମ୍ଫନଳୀ ପ୍ଲୀହା ମଧ୍ୟକୁ ପ୍ରବେଶ କରେ ଓ ଏହି ପଥ ଦେଇ ଛୋଟ ଗ୍ୟାସ୍ଟ୍ରିକ ଧମନୀ ଓ ସ୍ପ୍ଲେନିକ୍ ଧମନୀ ପରିସ୍କାର ରକ୍ତ ଯୋଗାଏ ଏବଂ ସ୍ପ୍ଲେନିକ ଶୀରା ମଇଳା ରକ୍ତ ନିଷ୍କାସନ କରେ ।
ଏହାର ଅଭ୍ୟନ୍ତର ସ୍ପଞ୍ଜ ଭଳି ଥାଏ ଓ ଏଥିରେ ତିନି ସ୍ତର ଥାଏ, ଯଥା ଲାଲ ପଲ୍ପ, ମାର୍ଜିନାଲ ପଲ୍ପ ଓ ଧଳା ପଲ୍ପ ।
ଏହା ଭିତରକୁ ଲିମ୍ଫ ନଳୀ ପ୍ରବେଶ କରିଥାଏ ।
ଏହାର ଏକ ଜର୍ମିନାଲ କେନ୍ଦ୍ର ଥାଏ ଯାହାକୁ ସରୁ ରକ୍ତନଳୀ ରକ୍ତ ଯୋଗାଏ ଯାହାକୁ ପେନିସିଲିଆରି ରାଡିକ୍ଲ କୁହାଯାଏ ।
ପ୍ଲୀହାର ଅନ୍ୟ କାର୍ଯ୍ୟ ସମୂହ
ଏଠାରେ ଓପ୍ସୋନିନ (opsonins), ପ୍ରୋପର୍ଡିନ (properdin) ଓ ଟଫ୍ଟସିନ (tuftsin) ତିଆରି ହୁଏ ।
ଭୃଣାବସ୍ଥାରେ ୫ମାସ ପର୍ଯ୍ୟନ୍ତ ପ୍ଲୀହାରେ ଲୋହିତ ରକ୍ତ କଣିକା ତିଆରି ହୁଏ ।
ଜନ୍ମ ପରେ ଏହା ବନ୍ଦ ହୋଇଯାଏ କିନ୍ତୁ କେତେକ ରୋଗରେ ଏହା ତିଆରି ହୁଏ ।
ଏହା ଗୋଟିଏ ଲିମ୍ସଏଡ ଅଙ୍ଗ ଓ ରେଟିକୁଲୋଏଣ୍ଡୋଥେଲିଆଲ୍ ସିସ୍ଟମର (Reticuloendothelial system) ପ୍ରଧାନ ସଞ୍ଚାଳକ ।
ଏହା ଲିମ୍ଫୋସାଇଟ ତିଆରି କରେ ।
ଏଠାରେ ଲୋହିତ ରକ୍ତ କଣିକା ଓ ଲିମ୍ଫୋସାଇଟ ଷ୍ଟୋର ହୋଇ ରହେ ।
ଆବଶ୍ୟକ ସମୟରେ ଲୋହିତ ରକ୍ତ କଣିକା ଏଠାରୁ ନିର୍ଗତ ହୁଏ ।
ଏଠାରେ ୨୩୫.୬ ମ୍.ଲି. ଲୋହିତ ରକ୍ତ କଣିକା ଜମା ହୋଇ ରହିପାରେ ଯାହା ଜଳୀୟ ଅଂଶ କମ ହେଲେ (Hypovolumia) ନିର୍ଗତ ହୁଏ ।
ଏଠାରେ ଲିମ୍ଫୋସାଇଟ (Lymphocyte) ଓ ପ୍ଲାଟେଲେଟ (Platelets) ମଧ୍ୟ ଜମାହୋଇ ରହିପାରେ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment