Commit d075a6cc authored by Nayan Ranjan Paul's avatar Nayan Ranjan Paul

Upload New File

parent 82824149
ଅତୁଳନୀୟ ତୁଲସୀ
ତୁଲସୀ
ହିନ୍ଦୁ ଧର୍ମରେ ତୁଳସୀକୁ ପବିତ୍ର ଏବଂ ବିଷ୍ଣୁଙ୍କ ପତ୍ନୀ ଭାବରେ ସ୍ଵୀକାର କରାଯାଇଅଛ ।
ଗଙ୍ଗା ପର ତୁଳସୀ ମଧ୍ୟ ତିନିଲୋକରେ ପବିତ୍ର ।
ତୁଳସୀ ସେବନରେ ସମସ୍ତ ଦେବତା ପ୍ରସନ୍ନ ହୋଇଥାନ୍ତି ।
ବୈଜ୍ଞାନିକ ମତାନୁସାରେ ତୁଳସୀର ରାସାୟନିକ ସଂରଚନା ଏବଂ ଔଷଧୀୟ ଗୁଣ ମନୁଷ୍ୟ ପାଇଁ ଏତେ ଉପକାରୀ ଯେ ବୈଦିକ ଗ୍ରନ୍ଥରେ ବର୍ଣ୍ଣିତ ତୁଳସୀର ପବିତ୍ରତାକୁ ପ୍ରମାଣିତ କରୁଅଛି ।
ଆଣ୍ଟିବାୟୋଟିକ୍ ଗୁଣ
ତୁଳସୀ ପତ୍ରରସ ଗଳାରୋଗ, କାଶ, ଶ୍ୱାସ, ସର୍ଦ୍ଦି, ପେଟ ରୋଗ ଉପସମରେ ସହାୟକ ହୋଇଥାଏ ।
ଏହାର କାଣ୍ଡ କେତେକ କ୍ଷେତ୍ରରେ ବିଷମଜ୍ଵର ଉପଚାରରେ ବ୍ୟବହୃତ ହୋଇଥାଏ ।
ଚରକ ସଂହିତା ମତରେ ତୁଳସୀ ସାପ, ବିଛା ଆଦିଙ୍କର ବିଷନାଶନ ପାଇଁ ଉପଯୋଗୀ ।
ଯେଉଁଠାରେ ପ୍ରତିଦୈବିକି ( ଆଣ୍ଟିବାୟୋଟିକ୍ ) ନିଷ୍ଟ୍ରିୟ ହୋଇଥାଏ ।
ସେଠାରେ ତୁଳସୀ ପତ୍ରରସର ଉପଯୋଗ ବିଶେଷ ଫଳପ୍ରଦ ହୋଇଥାଏ ।
ତୁଳସୀ ସେବନ ଦ୍ଵାରା ମସ୍ତିଷ୍କର ଜୈବ ରସାୟନ ସ୍ତର ସାମାନ୍ୟ ତଥା ସନ୍ତୁଳିତ ହୋଇଥାଏ ଯଦ୍ଦ୍ଵାରା ମାନସିକ ଉତ୍ତେଜନୀ ଶାନ୍ତ ହୋଇଥାଏ ।
ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଯୋଗୁ ଅନେକ ରୋଗ ପ୍ରତିହତ ହୋଇଥାଏ ।
ତୁଳସୀ ସେବନ ଦ୍ଵାରା ଶରୀରରେ ସିଗାରେଟ୍ ଧୁଆଁ ପରି ଅନେକ ବିଷାକ୍ତ ଧୂଆଁ ଓ ଅନ୍ୟାନ୍ୟ ପ୍ରଦୂଷଣକୁ ରୋକାଯାଇ ପାରେ ।
ଏହାର ରସ ସେବନରେ ରକ୍ତଗତ ଶର୍କରା, ଟ୍ରାଇଗ୍ଲିସେରାଇଡ ଏବଂ ଏଲ୍.ଡି.ଏଲ୍ ସ୍ତର ସନ୍ତୁଳିତ ହୋଇଥାଏ ।
ଏଣୁ ମଧୁମେହ ନିୟନ୍ତ୍ରଣରେ ତୁଳସୀ ବିଶେଷ ଉପଯୋଗୀ ।
ତୁଳସୀ ମଶା ଦୂର କରିବା ଏବଂ ତା’ର ଲାର୍ଭା ନଷ୍ଟ କରିବାର ଅଦ୍ଭୁତ ଶକ୍ତି ବହନ କରେ ।
ଏଥିରୁ ଉତ୍ପନ୍ନ ତୈଳରେ ଥିବା ରସାୟନ ତତ୍ତ୍ଵ ଇଉରେଗନଲ୍ ମଶା, ମାଛି ଓ ଅନ୍ୟ ହାନିକାରକ, କୀଟ ଦମନ କରିବାରେ ସାହାଯ୍ୟ କରେ ।
ସମ୍ଭବତଃ ଏଥିପାଇଁ ଘର ଅଗଣାରେ ତୁଳସୀ ଲଗାଇବାର ପ୍ରଥା ଚଳିଆସିଛି ।
ଧାର୍ମିକ ମତାନୁସାରେ ଘର ଅଗଣାରେ ତୁଳସୀ ଚଉଁରା ସ୍ଥାପନ କରି ପ୍ରତିନିତ୍ୟ ପୂଜାକଲେ ସ୍ଵାସ୍ଥ୍ୟ ସମୃଦ୍ଧି ତଥା ଖୁସି ମିଳିଥାଏ ।
ଯାହା ଘର ସାମ୍ନାରେ ତୁଳସୀ ବଗିଚା, ଥାଏ ତା’ ଘର ତୀର୍ଥ ସମାନ ପବିତ୍ର ଅଟେ ଏବଂ ଯମର ଦୂତ ସମାନ
"ତୁଳସୀ ସେବନ ଦ୍ଵାରା ମସ୍ତିଷ୍କର ଜୈବ ରସାୟନ ସ୍ତର ସାମାନ୍ୟ ତଥା ସନ୍ତୁଳିତ ହୋଇଥାଏ ଯଦ୍ଦ୍ଵାରା ମାନସିକ ଉତ୍ତେଜନ ।
ଶାନ୍ତ ହୋଇଥାଏ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଯୋଗୁ ଅନେକ ରୋଗ ପ୍ରତିହତ ହୋଇଥାଏ ।
ତୁଲସୀ ସେବନ ଦ୍ଵାରା ଶରୀରରେ ସିଗାରେଟ୍ ଧୂଆଁ ପରି ଅନେକ ବିଷାକ୍ତ ଧୂଆଁ ଓ ଅନ୍ୟାନ୍ୟ ପ୍ରଦୂଷଣକୁ ରୋକାଯାଇ ପାରୋ”
ପ୍ରାଣ ନାଶକ ବ୍ୟାଧି କଦାପି ଗ୍ରାସ କରି ନ ଥାଏ ।
ତୁଳସୀକୁ ସ୍ପର୍ଶ କରି ବହୁଥିବା ବାୟୁ ପରିବେଶକୁ ତତ୍‌କ୍ଷଣାତ ଶୁଦ୍ଧ କରିଥାଏ ।
ତୁଳସୀ ବଗିଚାରେ ବୈଦ୍ୟୁତିକ ଶକ୍ତି ସଂଚାରିତ ହେଉଥାଏ ଯାହାକି ୧୦୦ ଗଜ ପର୍ଯ୍ୟନ୍ତ ପ୍ରବାହିତ ହେଉଥାଏ ।
ସେଠରେ କେବେବି ବଜ୍ରପାତ ହୋଇ ନ ଥାଏ ।
ତୁଳସୀର ସବୁଠାରୁ ବଡଗୁଣ ବାୟୁ, ଶୁଦ୍ଧ କରିବା ।
ତୁଳସୀରୁ ଜୀବସାର କ, ଖା ଏବଂ ଗ ମିଳିଥାଏ ।
ଆୟୁର୍ବେଦ ମତାନୁସାରେ ଏହା କଫବାତ ଶାମକ, ଜ୍ଵରଘ୍ନ, କଣ୍ଠ୍ୟ, ଶୋଥହର, ମୂତ୍ରଳ, କୃମିନାଶକ, ଶରୀର ଦୁର୍ଗନ୍ଧ ନାଶ, ଶିରପୀଡାନାଶକ, ସ୍ଵେଦଜନନ, ବିଷମଜ୍ଵରଘ୍ନ, ପାଚକ ଏବଂ ଅଗ୍ନିଦୀପକ ।
ଏହା ବାନ୍ତି, ଶ୍ୱାସ, କାଶ, ଜ୍ଵର, ଅପସ୍କାର, ଅରୁଚି ତଥା ହୃଦୟ ରୋଗ ଦୂରକରିବା ସହ ଏହା କୁଷ୍ଠଘ୍ନ, ରକ୍ତବିକାର ନାଶକ ଓ ବଳକାରକ ଅଟେ |
ତୁଳସୀ ସମସ୍ତ ପ୍ରକାର ଜୁଗରେ ପ୍ରୟୋଗ କରାଯାଏ, ବିଶେଷକରି କଫବାତଜ ଓ ବିଷମଜ୍ଵରରେ ଏହା ଉପଯୋଗୀ ।
ପ୍ରତିଦିନ ଏହାର ପତ୍ର ସେବନ କଲେ ବିଷମଜ୍ଵର ହେବାର ଆଶଙ୍କା ନ ଥାଏ ।
୪-୫ ଗ୍ରାମ ତୁଳସୀ ରସ ଅଳ୍ପ ସୌନ୍ଧବ ଲବଣ ମିଶାଇ ସକାଳ ଓ ସନ୍ଧ୍ୟାରେ ନସ୍ୟ ନେଲେ ସମସ୍ତ ମାନସିକ ରୋଗ ଏବଂ ସ୍ନାୟୁବିକାର ନଷ୍ଟ ହୋଇଥାଏ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment