Commit ec9898ce authored by Nayan Ranjan Paul's avatar Nayan Ranjan Paul

Upload New File

parent 7c42d4b4
ଆୟୁବେର୍ଦରେ ଖଜୁରି
ପ୍ରକୃତିର ବରଦାନ ପୂର୍ବକ ବିଭିନ୍ନ ଗୁଣକାରୀ ଓ ଶକ୍ତିବର୍ତିକ ଫଳ ହାତପାଆନ୍ତାରେ ମିଳୁଛି ।
ଶାରୀରିକଦୁର୍ବଳତାକୁ ନଷ୍ଟ କରିବାରେ ଫଳର ଭୂମିକା ଗୁରୁତ୍ଵପୂର୍ଣ୍ଣ ।
ଏହି ପରିପ୍ରେକ୍ଷୀରେ ଶରୀର ପାଇଁ ଖଜୁରିର ପୂର୍ଣ୍ଣ ଆବଶ୍ୟକତା ରହିଛି ।
ଆୟୁର୍ବେଦ ଅନୁସାରେ ଭାରତରେ ଖଜୁରି ତିନି ପ୍ରକାରର ।
ଯଥା-ପିଣ୍ଡ ଖଜୁରି, ଲାଲ ଖଜୁରି ଏବଂ ହଳଦଆ ଖଜୁରି ।
ତେବେ ପିଣ୍ଡ, ଖଜୁରିର ବ୍ୟବହାର ବହୁଳ ମାତ୍ରାରେ କରାଯାଇଥାଏ ।
ଖଜୁରି ମଧୁର, ସ୍ନିଗ୍ଧ, ଗୁରୁ, ଶୀତଳ ଏବଂ ବାତପୀତ ନାଶକ ।
ଖଜୁରି ପୌଷ୍ଟିକ ଏବଂ ଶକ୍ତିବର୍ଦ୍ଧକ ।
ନିୟମିତ ଖଜୁରି ଖାଇବା ଦ୍ଵାରା ଶରୀରରେ ହିମୋଗ୍ଲୋବିନ ବା ରକ୍ତ ବୃଦ୍ଧି ହୋଇଥାଏ ।
ଖଜୁରିରେ ମାଛ, ମାଂସ ଠାରୁ ଅଧୀକ ଶକ୍ତି ପ୍ରଦାନ କରୁଥିବା ପୌଷ୍ଟିକ ତତ୍ତ୍ଵ ଭରପୁର ରହିଛି ।
ନିୟମିତ ଖଜୁରୀ ଖାଇବା ଦ୍ଵାରା ଶାରିରୀକ ଦୁର୍ବଳତା ନଷ୍ଟ ହୋଇଥାଏ ।
ଖଜୁରୀକୁ ଶକ୍ତିବର୍ଦ୍ଧକ ଓ ଧାତୁବର୍ଦ୍ଧକ ଫଳରୂପେ ବିବେଚନା କରାଯାଇଛି ।
ଖଜୁରୀ ସେବନ ଦ୍ଵାରା କଫ ନଷ୍ଟ ହୋଇଥାଏ ।
କୋଷ୍ଠବଦ୍ଧତାରୁ ମୁକ୍ତିପାଇଁ ନିୟମିତ ଖଜୁରି ସେବନ ନିତାନ୍ତ ଆବଶ୍ୟକ ।
ହୃଦୟରୋଗୀଙ୍କ ପାଇଁ ଖଜୁରି ବରଦାନ ସଦୃଶ ।
ଖଜୁରୀ ସେବନ ଦ୍ଵାରା ଶରୀରରେ ରକ୍ତ ଏବଂ ପିତ୍ତର ବିକୃତି ମଧ୍ୟ ନଷ୍ଟ ହୋଇଥାଏ ।
ଖଜୁରି ସେବନ ଦ୍ଵାରା ମସ୍ତିଷ୍କର ଦୁର୍ବଳତା ନଷ୍ଟ ହୋଇ ସ୍ମରଣ ଶକ୍ତି ବୃଦ୍ଧି ପାଏ ।
କଟିଶୁଳ, ଗ୍ରୁଧ୍ରୁଶୀ (ସାୟିଟିକା)ବିକୃତି ପାଇଁ ଖଜୁରୀ ସର୍ବୋତ୍ତମ ।
ଖଜୁରି ସେବନ ଦ୍ଵାରା ଶରୀରକୁ ପ୍ରାକୃତିକ ଶର୍କରା ମିଳିଥାଏ ।
୧୦୦ ଗ୍ରାମ ଖଜୁରୀରେ ପାଖାପାଖି ୮୫ ଗ୍ରାମ ଶର୍କରା ଥାଏ ।
ଖଜୁରିରେ କ୍ୟାଲସିୟମ, ଫସଫରସ, ଲୌହ ଏବଂ ଖଣିଜ ତତ୍ତ୍ଵ ଭରପୂର ହୋଇ ରହିଛି ।
ଔଷଧୀୟ ଗୁଣ
ଖଜୁରି, ଅଙ୍ଗୁର, ଅଦା, ତେନ୍ତୁଳି ଓ ଗୋଲମରିଚ ଆଦିକୁ
ଏକତ୍ର ବାଟି ଲୁଣ ସହ ଚଟଣି କରି ଖାଦ୍ୟର ଘଣ୍ଟାକ ପୂର୍ବରୁ ଖାଇଲେ ଅରୁଚିରୁ ମୁକ୍ତି ମିଳେ ।
ଖଜୁରି ମଞ୍ଜିକୁ ଶିଳରେ ବାଟି ମଥାରେ ଲେପ ଦେଲେ ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିଥାଏ ।
ରାତିରେ ୧୦ଟି ଖଜୁରିକୁ ପାଣିରେ ଭିଜାଇ ରଖନ୍ତୁ ।
ସକାଳୁ ଉଠି ଖାଲି ପେଟରେ ଖଜୁରୀ ସହ ସେହି ପାଣିକୁ ସେବନ କଲେ ସନ୍ଧି ଶୋଥ ବା ଆଣ୍ଠୁଗଣ୍ଠି ବିନ୍ଧାରୁ ମୁକ୍ତି ମିଳିଥାଏ ।
ଖଜୁରି ସହିତ ଅଶ୍ଵଗନ୍ଧା ଚୂର୍ଣ୍ଣ ମିଶାଇ କ୍ଷୀର ସହିତ ସେବନ କଲେ ଶାରୀରିକ ଦୁର୍ବଳତା ଦୂର ହୋଇଥାଏ ।
ଯେଉଁ ସ୍ତ୍ରୀଲୋକଙ୍କ ଶାରୀରିକ ଦୁର୍ବଳତା କାରଣରୁ ମାସିକ ଋତୁସ୍ରାବ ଅନିୟମିତ ହୋଇଥାଏ, ସେମାନେ ପ୍ରତ୍ୟେକ ଦିନ ସକାଳେ ଏବଂ ରାତିରେ ୫ଟି ଖଜୁରି ସେବନ କଲେ ମାସିକ ଋତୁସ୍ରାବ ନିୟମିତ ହୋଇଥାଏ ।
ଶାରୀରିକ ଶ୍ରମ କରୁଥିବା ସ୍ତ୍ରୀ ଲୋକଙ୍କ ପାଇଁ ଖଜୁରି ଏକ ସର୍ବୋତ୍ତମ ଶକ୍ତି ପ୍ରଦାନ କାରୀ ଫଳ ।
ଖଜୁରିକୁ ଶୀଳରେ ବାଟି ଛୋଟପିଲାଙ୍କୁ ଚଟାଇବା ଦ୍ଵାରା ପିଲାଙ୍କ ଦାନ୍ତ ମଜଭୁତ ହେବାସହ ଦାନ୍ତ ଗୁଡିକ ସହଜରେ ଉଠିଯାଇଥାଏ ।
କାରଣ ଖଜୁରିରେ ପ୍ରଚୁର ପରିମାଣରେ କାଲସିୟମ ରହିଛି ।
ଖଜୁରି ସହିତ ଗୋକ୍ଷୁରା ଚୂର୍ଣ୍ଣ ମିଶାଇ କ୍ଷୀର ସହିତ ସେବନ କଲେ ଉପଦଂଶ ରୋଗରୁ ମୁକ୍ତି ମିଳିଥାଏ ।
ଖଜୁରି ସହିତ ଗୋକ୍ଷୁରା ଚୂର୍ଣ୍ଣ ମିଶାଇ ସେବନ କଲେ ସ୍ଵପ୍ନ ଦୋଷ ରୋଗରୁ ମୁକ୍ତି ମିଳିଥାଏ ।
ନପୁଂସକତା ରୋଗରୁ ମୁକ୍ତି ପାଇଁ ୪/୫ଟି ଖଜୁରୀ ସହିତ ଡାଳଚିନି ଚୂର୍ଣ୍ଣ ମିଶାଇ ସେବନ କଲେ ଉପକାର ମିଳିଥାଏ ।
ପରିସ୍ରାଗତ ସମସ୍ୟା ପାଇଁ ଖଜୁରି ପତ୍ରରସ ସହ ମିଶ୍ରି ମିଶାଇ ସେବନ କଲେ ରୋଗରୁ ମୁକ୍ତି ମିଳିଥାଏ ।
ଏହାର ଅନେକ ଔଷଧୀୟ ଗୁଣ ରହିଥିବାରୁ ଖଜୁରିକୁ ନିଃସନ୍ଦେହରେ ଭଗବାନଙ୍କ ସର୍ବୋତ୍ତମ ସୃଷ୍ଟି ବୋଲି କୁହାଯାଏ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment