Commit 51095c55 authored by Nayan Ranjan Paul's avatar Nayan Ranjan Paul

Upload New File

parent 71cb7738
ଏସିଡିଟି ପାଇଁ ଘରୋଇ ଉପଚାର
ଏସିଡିଟି
ବର୍ତମାନ ଏସିଡ଼ିଟି ପ୍ରତି ଲୋକଙ୍କ ଗୋଟିଏ ସାଧାରଣ ରୋଗ ହୋଇ ଗଲାଣି ।
ଏସିଡ଼ିଟି ଏବଂ ଗ୍ୟାସ ରୋଗ ଅସମୟ ରେ ଖାଇବା ଯୋଗୁ ହୋଇ ଥାଏ ।
ପ୍ରଥମେ ପ୍ରଥମେ ଏସିଡ଼ିଟି ହୋଇଥିଲେ , ଏହା ଘରୋଇ ଉପଚାର ଦ୍ଵାରା ଜଲଦି ଭଲ ହୋଇଯିବ ।
ଏସିଡ଼ିଟି ବହୁତ ଦିନର ହେଲେ ଏହା ବହୁତ ଅସୁବିଧା କରାଇଥାଏ ।
ଏହା ଗୋଟିଏ ସାଧାରଣ ରୋଗ କିନ୍ତୁ ଯଦି ଆମେ ଏହାର ଉପଚାର ନ କରନ୍ତି ଏହା ବହୁତ କଷ୍ଟ ଦେଇ ଥାଏ ଯେପରିକି ମୁଣ୍ଡ ବିନ୍ଧ, ପେଟ ବିନ୍ଧ ଓ ପେଟ ଫୁଲିବା ।
ଯଦି ଏହାର ଠିକ ରେ ଯତ୍ନ ନ ନେବା ବେଳେ ବେଳେ ଏସିଡ଼ିଟି ମଧ୍ୟ ମୃତ୍ୟୁ ର କାରଣ ହୋଇ ଥାଏ ।
ଏଲୋପାଥିକ ମେଡ଼ିସିନ ଅସ୍ଥାୟୀ ସମାଧାନ ଅଟେ ,ଆମେ ଘରୋଇ ଉପଚାର ରେ ଏସିଡ଼ିଟି ଏବଂ ଗ୍ୟାସ କୁ ସମ୍ପୂର୍ଣ ଭାବେ ଉପଚାର କରି ପାରିବା ।
ଏସିଡିଟି ପାଇଁ ଘରୋଇ ଉପଚାର :
ଧ୍ୟାନଦେବା ଉଚିତ :
ସବୁବେଳେ ଚା କଫି ନେବା ବନ୍ଦ କରନ୍ତୁ ।
ପ୍ରଚୁର ପାଣି ପିଅନ୍ତୁ ।
ଫାଷ୍ଟ ଫୂଡ଼ ଖାଇବା ବନ୍ଦ କରନ୍ତୁ ।
କମ କମ ବେଶୀ ଥର ଖାଦ୍ୟ ଗ୍ରହଣ କରନ୍ତୁ ।
ତୁଳସୀ ପତ୍ର
ତୁଳସୀ ଗଛ ର ପତ୍ର ଜଲଦୀ ମିଳି ଯାଏ ।
ସକାଳୁ ଗାଧୋଇ ୪ ରୁ ୫ ଟା ତୁଳସୀ ପତ୍ର କୁ ଚାବି ତା ସହ କିଛି ପାଣି ପିଅନ୍ତୁ| ଏସିଡ଼ିଟି ପାଇଁ ଏଇଟା ବହୁତ ଭଲ କାମ ଦେବ ।
ସବୁଦିନ ତୁଳସୀ ପତ୍ର ଖାଇଲେ ମଧ୍ୟ ଥଣ୍ଡା ଏବଂ କାଶ ହେବନି ।
ଜୁଆଣୀ
ଏହା ମଧ୍ୟ ଘରେ ଜଲଦୀ ମିଳି ଯାଏ ଏବଂ ଏସିଡ଼ିଟି ପାଇଁ ବହୁତ ଉପକାରୀ ।
କିଛି ପରିମାଣ ର ଜୁଆଣି କୁ ଗୋଟେ କପ ପାଣି ରେ ଫୁଟାନ୍ତୁ ଯେମିତି ସେଇ ଗୋଟେ କପ ଅଧା କପ ହୋଇ ଯିବା ।
ଜୁଆଣି କୁ ପାଣି ରୁ ଛାଣି ଥଣ୍ଡା କରି ପିଅନ୍ତୁ ।
ଅଁଳା
ଅଁଳା ଏସିଡ଼ିଟି ପାଇଁ ବହୁତ ଭଲ ।
ଯଦି ଆପଣଙ୍କର ଏସିଡ଼ିଟି ସବୁଦିନ ବାହାରୁଚି ତା ହେଲେ ସବୁଦିନ କିଛି କଞ୍ଚା ସବୁଜ ଅଁଳା ଖାନ୍ତୁ ।
ଯଦି କଞ୍ଚା ଅଁଳା ମିଳୁନି ତା ହେଲେ ସବୁ ଦିନ ସକାଳେ ଖାଲି ପେଟ ରେ ଅଁଳା ଗୁଣ୍ଡ ରେ ପାଣି ମିଶାଇ ପିଅନ୍ତୁ ।
ଜିରା
କିଛି ପରିମଣର ଜିରା କୁ ବାଟି ଗୁଣ୍ଡ କରନ୍ତୁ ଏବଂ ଏହାକୁ କଲା ଲୁଣ ସହ ମିଶାଇ ଖାଇଲେ ଏସିଡ଼ିଟିରୁ ସଂଗେ ସଂଗେ ଉପଶମ ମିଳେ
ଜମୁ କୋଳି
ଜାମୁ କୋଳିରେ ବହୁତ ଔଷଧୀୟ ଗୁଣ ଥାଏ | ଏଥିରେ କ୍ଲୋରିନ ,କାଲସିଅମ, ଆଇରନ, ମ୍ୟାଗ୍ନେସିଅମ, ପୋଟାସିଅମ ଏବଂ ଫଲିକ ଏସିଡ ।
କିଛି ଜିର କୁ ଗରମ ତାକୁ ଗୁଣ୍ଡ କରନ୍ତୁ |ସେଥିରେ କିଛି କଳା ଲୁଣ ମିଶାନ୍ତୁ | ସେଇ ମିଶ୍ରଣ କୁ ଜାମୁ କୋଳି ସହ ଖାଇଲେ ଏସିଡ଼ିଟି ପାଇଁ ବହୁତ ଭଲ କାମ ଦିଏ |
ଗାଜର
ଗାଜରରେ ବି ବହୁତ ଔଷଧୀୟ ଗୁଣ ଅଛି| ସଫା ଗାରରର ୩-୪ ଟୁକୁଡା କୁ ଅଧା କପ ପାଣି ସହ ବାଟି ପିଅନ୍ତୁ| ଏହା ଏସିଡ଼ିଟି ପାଇଁ ବହୁତ ଭଲ କାମ ଦେବ | ଏହାର ମଧ୍ୟ ଆଣ୍ଟି ଏଜିଙ୍ଗ ପ୍ରକୃତି ଅଛି | ଏହା ମଧ ହୃଦ ରୋଗ ରୁ ରକ୍ଷା କରେ, ଦେହରେ ରକ୍ତ ବଢ଼ାଏ, ଦେହର ରଙ୍ଗ ଫିଟାଏ ଏବଂ କେଶ ବଢିବା ରେ ସାହାଯ୍ୟ କରେ |
ଦୁବ ଘାସ:
କିଛି ଦୁବ ଘାସକୁ ପାଣିରେ ଫୁଟାଇ ଥଣ୍ଡା କରନ୍ତୁ ।
ଥଣ୍ଡା ହେଲାପରେ ତାକୁ ପେଇଲେ ଏସିଡ଼ିଟି ଦୂର ହୁଏ ।
ଏହା ଏସିଡ଼ିଟି ପାଇଁ ଭଲ କାମ ଦିଏ ।
ପୁଦିନା ପତ୍ର
ସବୁଦିନ ଖାଦ୍ୟରେ ପୁଦିନା ପତ୍ର ଖାଇଲେ ବା ସାଲାଡ଼ରେ ପୁଦିନା ପତ୍ର କାଟି ମିଶେଇ ଖାଇଲେ ଏସିଡ଼ିଟି ଦୂର ହୁଏ ।
ବେଲ ପତ୍ର
ପ୍ରତିଦିନ ତିନି ଡେମ୍ଫଥିବା ତିନୋଟି ବେଲ ପତ୍ରକୁ ୫ଟି ଗୋଲମରିଚ ଏବଂ କିଛି କଳାଲୁଣ ସହ ମିଶାଇ ଛାବନ୍ତୁ ।
ତାକୁ ଢ଼ୋକି ୫ ମିନଟ ପରେ କିଛି ପାଣି ପିଅନ୍ତୁ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment