Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
82824149
Commit
82824149
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
c6985abe
Changes
1
Hide whitespace changes
Inline
Side-by-side
Showing
1 changed file
with
27 additions
and
0 deletions
+27
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia13.txt
...ngual-corpora/vikaspedia.in/vikashpedia_health_odia13.txt
+27
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia13.txt
0 → 100644
View file @
82824149
ଅଞ୍ଜନି ବା ଆଖିର ଆଲୁଅ
ଉପକ୍ରମ
ଆଖିର ଏ ରୋଗଟିକୁ ଆଲୁଅ ବୋଲି ଯେ କାହିଁକି କୁହାଯାଏ, କହିବା ମୁସ୍କିଲ ହେଲେ ଆଲୋକ ସହିତ ଏହାର ସମ୍ପର୍କ ଏପରି ଯେ, ଏ ରୋଗରେ ରୋଗୀ କିନ୍ତୁ ଆଲୁଅ ସମ୍ଭାଳି ପାରେନାହିଁ ।
ଛୋଟ ଛୋଟ ଘିମିରି ବା ତା’ଠାରୁ ବଡ ଉଦ୍ଭେଦ ଆଖି ପତାର ଧାରରେ ଉଠିଥାଏ ଓ ପ୍ରାୟତଃ ଖୁବ୍ ବ୍ୟଥାକରେ ।
ସାମାନ୍ୟ ଛୋଟରୁ ଆରମ୍ଭ ହୋଇ ଏହା ବଢେ ଓ ଶେଷରେ ଫାଟିଯାଏ ।
କେତେକ ମଧ୍ୟ ନଫାଟି ବସିଯାଏ ଓ ସେ ସ୍ଥାନରେ ତାହା ଟାଣ ହୋଇ ଦୀର୍ଘଦିନ ଧରି ରହି ଅସୁବିଧା ସୃଷ୍ଟିକରେ ।
ଆଖିର ଆଲୁଅ ପାଇଁ ଔଷଧ
ପଲସେଟିଲା – ୩୦ ଏହି ରୋଗର ମହୌଷଧି ବୋଲି ଧରାଯାଇଛି ।
ସ୍ତ୍ରୀ ଲୋକ ବା ଧୀର ସ୍ଥିର ସ୍ଵାଭାବର ଲୋକଙ୍କ ଆଖିରେ ଆଲୁଅ ପାଇଁ ଏହା ଭଲ କାମ କରେ ।
ତେବେ ଆଖିରେ ଆଲୁଅ ଉଠିବା ସମୟରେ ଆଖିରେ ଥଣ୍ଡାପାଣି ବା ଅନ୍ୟକିଛି ଥଣ୍ଡା ଜିନିଷ ଲଗାଇବା ପାଇଁ ଇଚ୍ଛା ହେବା ଓ ସେଥିରେ ବ୍ୟଥାର ସାମୟିକ ଉପଶମ ଅନୁଭବ କରିବା ଏହି ଔଷଧର ପରିଚାୟକ ଲକ୍ଷଣ ।
ମାତ୍ର ଏହାର ବିପରୀତ, ଅର୍ଥାତ୍, ବ୍ୟଥା ବହୁତ ଆଖିପତା ଅତ୍ୟଧିକ ସ୍ପର୍ଶକତାର ଓ ଉଷୁମ ସେକ ବା ହାପ୍ପା କଲେ ଉପଶମ ଅନୁଭବ କରିବା, ଆଲୁଅ ମୁହଁଟି ଧଳା ଦେଖାଯାଇ ଖୁବ୍ ଧକଧକ୍ କରୁଥିବା ଲକ୍ଷଣ ରେ ହିପାରସଲଫ – ୬ ହିଁ ନିର୍ଦ୍ଧିଷ୍ଟ ।
ଯଦି ତାହା ସୁଲୁସୁଲୁ ହେଉଥାଏ ଓ ରୋଗୀ ଖାଲି ଆଖିପତାକୁ ସାଉଁଳୁ ଥା’ନ୍ତି ଆରମ ପାଇବାକୁ, ତାହା ହେଲେ ମର୍କସଲ – ୬ ।
ପଲସେଟିଲା ଭଳି ବେଶି ବଥା ନଥିବ ଅଥଚ ଗରମ ଭଲ ଲାଗୁଥିବା ତାହା ହେଲେ ସାଇଲିସିଆ – ୬ ହିଁ କାମିକା ଔଷଧ ।
ଯେତେବେଳେ ଦେଖିବେ, ଆଲୁଅ ସହିତ ଆଖିପତା କୁଣ୍ଡାଇ ହେଉଥିବ ଓ ପତାରୁ ଟିକେ ଟିକେ ଚୋପା ଛାଡୁଥିବ, ଆଲୁଅ ଭିତରେ ବେଳେବେଳେ ଚିନ୍ ଚିନ୍ ମାରି ଦେଉଥିବ ତାହାହେଲେ ମେଜେରିଆମ – ୬ ନ ଦେଲେ ଆଉ କେଉଁଥିରେ ବି ତାହା ଶୁଣିବ ନାହିଁ ।
ଅନେକ ସମୟରେ ଦେଖିବେ ଆଲୁଅ ଗୁଡିକ ଗୋଟାକ ପରେ ଗୋଟାଏ ବାହାରୁଥିବେ, ଅଥଚ ପାଚୁ ନଥିବେ, ବସିଯାଇ ଗଣ୍ଠିପାଲଟି ରହି ଯାଇଥିବେ ।
ସେଥିପାଇଁ ଷ୍ଟାଫିସାଗ୍ରିଆ – ୨୦୦ ହିଁ ଔଷଧ ।
କେତେକ ଲୋକ ଅଛନ୍ତି ତାଙ୍କ ଆଖିରେ ଏ ଆଲୁଅ ସବୁ ଯେପରି ଲାଗିରହିଥାନ୍ତି, ଗୋଟାକପରେ ଗୋଟାଏ ଚାଲିଛି ।
ସେ କ୍ଷେତ୍ରରେ ମଧ୍ୟ ଷ୍ଟାଫିସାଗ୍ରିଆ ପ୍ରୟୋଜନ ।
ବିଶେଷ କରି ଯୁବାବୟସର ରୋଗୀ ହୋଇଥିଲେ ତ କଥା ନାହିଁ ।
ଯଦି ଆଲୁଅ ଗୁଡିକ ଖୁବ୍ ଛୋଟ ଛୋଟ ହୋଇ ଉଠୁଥିବ ଓ ଭୀଷଣ ବଥା କରୁଥିବ, ତାହାହେଲେ ଆର୍ଣ୍ଣିକା – ୨୦୦ ବା ୧୦୦୦ ଶକ୍ତିର ପ୍ରୟୋଗ କରିବେ ।
ଏ ସବୁ ସତ୍ତ୍ୱେ ରୋଗୀ ସାମୟିକ ଭାବରେ ଭଲ ହୋଇଗଲେ ମଧ୍ୟ ଏଭଳି ଆଲୁଅ ଉଠିବାର ପ୍ରବଣତା ତାଙ୍କଠାରେ ପ୍ରାୟତଃ ରହିଯାଉଥିବାର ଦୃଷ୍ଟି ଗୋଚର ହୁଏ ।
ସେତେ ପରିମାଣରେ ନ ଉଠିଲେ ମଧ୍ୟ ମଝିରେ ମଝିରେ ଆଖିପତା ଲାଲପଡି ଦରଜ ଲାଗେ ଓ କୁଣ୍ଡେଇ ହୁଏ ।
ସେଭଳି କ୍ଷେତ୍ରରେ ସଲଫର – ୨୦୦ ରୁ ପାନେ ଦୁଇପାନ ସକାଳୁ ଦିନେ ଦୁଇଦିନ ଦେବେ ।
ତାହାହେଲେ ଏ ପ୍ରବଣତା ଦୂର ହୋଇ ଯିବ ।
ଦୃଷ୍ଟିଶକ୍ତିର ଅସୁବିଧା ହେତୁ ମଧ୍ୟ, ଅନେକ ସମୟରେ ଆଲୁଅ ବାରମ୍ବାର ଉଠେ ।
ତେଣୁ ସୁବିଧା ଥିଲେ ଆଖିପରୀକ୍ଷା କରି ଚଷମାର ବ୍ୟବସ୍ଥା କରି ପାରନ୍ତି ।
ଏଥିରେ ଦେଖା ଯାଇଛି ବହୁ ସ୍ଥଳରେ, ଚଷମା ବ୍ୟବହାର ପରେ ଆଲୁଅ ଆଉ ଉଠେନାହିଁ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment