Commit 8d25e09a authored by Nayan Ranjan Paul's avatar Nayan Ranjan Paul

Upload New File

parent 87620a0b
ପିଜୁଳିର ଔଷଧୀୟ ଗୁଣ
ପିଜୁଳି
ପିଜୁଳି ଖାଇବାକୁ ଖୁବ୍ ସ୍ୱାଦିଷ୍ଟ ।
ହେଲେ ପାଟିକୁ ସ୍ୱାଦ ଲାଗୁଥିବା ଏହି ଫଳ ଅନେକ ଔଷଧୀୟ ଗୁଣରେଭରପୁର ।
ପେଟ ସମ୍ବନ୍ଧୀୟ ଅନେକ ରୋଗ ଦୂର କରିଥାଏ ପିଜୁଳି ।
ଏଥିରେ ଭିଟାମିନ୍ ଏ ଏବଂ ସି, ପୋଟାସିୟମ୍ ଏବଯ ଫାଇବର୍ ଭରପୁର ଥାଏ ।
ଯଦି ଭୋଜନ ପରେ ପିଜୁଳି ଖାଆନ୍ତି ତେବେ କୋଷ୍ଠ କାଠିନ୍ୟ ଭଳି ରୋଗରୁ ମୁକ୍ତି ମିଳିଥାଏ ।
ଏପରିକି ପିଜୁଳିର ମଂଜିକୁ ମଧ୍ୟ ଔଷଧରେ ବ୍ୟବହାର ବ୍ୟବହାର କରାଯାଏ ।
ଏବେ ନଜର ପକାନ୍ତୁ ଏହାର ଔଷଧୀୟ ଗୁଣ ଉପରେ ।
ଲେମ୍ବୁ ଏବଂ କମଳା ତୁଳନାରେ ପିଜୁଳିରେ ୪ ରୁ ୧୦ଗୁଣା ଅଧିକ ଭିଟାମିନ୍ ସି ଥାଏ ।
ପିଜୁଳିର ଔଷଧୀୟ ଗୁଣ
ଲେମ୍ବୁ ଏବଂ କମଳା ତୁଳନାରେ ପିଜୁଳିରେ ୪ ରୁ ୧୦ଗୁଣା ଅଧିକ ଭିଟାମିନ୍ ସି ଥାଏ ।
ରାତିରେ ଶୋଇବା ସମୟରେ ପଜୁଳିର ପତ୍ର ଗ୍ରାଇଣ୍ଡିଙ୍ଗ୍ କରି ଏକ କପଡାରେ ବାନ୍ଧି ଆଖିରେ ବାନ୍ଧଲେ ଆଖିରେ ହେଉଥିବା ପୀଡା ଦୂର ହୋଇଥାଏ ।
ପିଜୁଳିର ମଂଜିର ଗୁଣ୍ଡକୁ ପାଣି ସହ ଖାଇଲେ ଥଣ୍ଡାରୁ ତୁରନ୍ତ ମୁକ୍ତି ମିଳିଥାଏ ।
ପିଜୁଳି ଚୋପାକୁ ଚୋବାଇ ଖାଇଲେ ଦାନ୍ତ ବିନ୍ଧାରୁ ମୁକ୍ତି ମିଳିଥାଏ
ପିଜୁଳିକୁ ଛୋଟ ଛୋଟ କରି କାଟି ପାଣିରେ ପକାନ୍ତୁ ।
କିଛି ସମୟ ପରେ ଏହି ପାଣିକୁ ପିଅନ୍ତୁ ।
ନିୟମିତ ଏହି ପାଣି ପିଇଲେ ମଧୁମେହ, ବହୁମୂତ୍ର ଭଳି ସମସ୍ୟା ଦୂର ହୋଇଥାଏ ।
ମଧୁମେହ ରୋଗ ପାଇଁ ପିଜୁଳି ପତ୍ରର କାଢା ଏକ ଅକାଟ୍ୟ ଔଷଧ ଭାବରେ କାମ କରେ ।
ଏହାର ଲଗାତାର ସେବନ ଶରୀରରେ ଇନସୁଲିନର ସ୍ତରକୁ ନବଢାଇ ଗ୍ଲୁକୋଜକୁ ନିୟନ୍ତ୍ରିତ କରିଥାଏ ।
ପିଜୁଳି ପତ୍ରକୁ ବାଟି ଏହାର ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ଭଲ ହୋଇଥାଏ ।
ଚୁଟି ଝଡିବା ବନ୍ଦ କରିବାରେ ସହାୟକ ହୋଇଥାଏ ପିଜୁଳି ପତ୍ର ।
ଏହାକୁ ପାଣିରେ ଫୁଟାଇ ଏହି ପାଣିକୁ ମୁଣ୍ଡରେ ଲଗାଇ ମାଲିସ୍ କଲେ ଅନେକ ଫାଇଦା ମିଳିଥାଏ ।
ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ ।
ପୁରା ଶରୀରରେ ରକ୍ତର ପ୍ରବାହକୁ ସନ୍ତୁଳିତ ରଖିଥାଏ ।
ଏହି ପତ୍ର ହାନୀକାରକ କୃମି ନାଶକ ମଧ୍ୟ ।
ଏହାକୁ ନିୟମିତ ଚୋବାଇଲେ ଶରୀରକୁ କ୍ଷତି ପହଂଚାଉଥିବା କୃମିକୁ ନଷ୍ଟ କରିଥାଏ ।
ଏହି ପତ୍ରକୁ ଚୋବାଇଲେ ପାଚନ ପ୍ରକ୍ରିୟା ମଜଭୁତ ହୋଇଥାଏ ।
ଏହା ସହ କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment