Commit e95c5a92 authored by Nayan Ranjan Paul's avatar Nayan Ranjan Paul

Upload New File

parent 654c1fa8
ବାୟୁ ପ୍ରଦୂଷଣ ଜନିତ ରୋଗ
ବାୟୁ ପ୍ରଦୂଷଣ ର କାରଣ
ବାୟୁ ପ୍ରଦୂଷଣ ମୁଖ୍ୟତଃ କଳକାରଖାନାର ଚିମିନୀ ନିର୍ଗତ ଧୂଆଁ , ଜନବାହନରୁ ନିର୍ଗତ ଦୂଷିତ ବାଷ୍ପ ଓ ଅନ୍ୟାନ୍ୟ ନିଷ୍କାସତ ଦୂଷିତପଦାର୍ଥ ଦ୍ଵାରା ହୋଇଥାଏ ।
ବାଯୁମଣ୍ଡଳ ଯେଉଁସବୁ ପଦାର୍ଥ ଯୋଗୁ ଦୂଷିତ ହେଉଛି ସେଗୁଡିକ ହେଲା- (୨.୫ ଓ ୧୦ ), କାର୍ବନମନୋକ୍ସାଇଡ ,ଲେଡ,ସିଲିକା ଇତ୍ୟାଦି ।
ବର୍ତମାନ ମୋଟରଗାଡି ଯାନାବାହାନ ସଂଖ୍ୟା ଦିନକୁଦିନ ବଢିଚାଲିଛି ଓ ସେହି ଅନୁପାତରେ ପେଟ୍ରୋଲିୟମ ଇନ୍ଧନର ବ୍ୟବାହାର ମଧ୍ୟ ବୃଦ୍ଧି ପାଉଛି ।
ଜଣେ ମନୁଷ୍ୟର ବର୍ଷକୁ ଯେତେ ପରିମାଣରେ ଅମ୍ଳଜାନ ଆବଶ୍ୟକ ଗୋଟିଏ ମୋଟର ଗାଡି ୯୬୦ କିମି ଚାଲିଲେ ସେତିକି ଅମ୍ଳଜାନ ଦରକାର ହୋଇଥାଏ ।
ଲଣ୍ଡନ ରାଜା ରାସ୍ତାରେ ଗୋଟିଏ ଟ୍ରଫିକି ପୁଲିସ ଚାରି ଘଣ୍ଟା ଡ୍ୟୁଟି କାଲେ ତାହାର ଫୁସଫୁସରେ ଏତେ ପରିମାଣରେ ବିସ ଭର୍ତି ହୋଇଯାଏ ଯାହାକି ୧୦୫ ଟି ସିଗାରେଟ ଟାଣିବା ସହ ସମାନ ।
ପ୍ରଦୂଷିତ ବାୟୁ ମସ୍ତିସ୍କ ସଙ୍ଘାତର କାରଣ ହୋଇପାରେ ବୋଲି ଷ୍ଟ୍ରୋକ ନାମକ ଏକ ଗବେଷଣାତ୍ମକ ପାତ୍ରୀକରେ ପ୍ରକାଶ ପାଇଛି ।
ଏକ ସରବକ୍ଷଣରୁ ଏହା ଜନାଜାଏଜେ ପ୍ରଦୂଷିତ ବାୟୁ ଯୋଗୁ ସହରାଅଞ୍ଚଳରେ ୩୫ ପ୍ରତିଶତ ସ୍କୁଲୁ ଛାତ୍ରଛାତ୍ରୀ ଫୁସଫୁସ ଜନିତ ନିଃଶ୍ଵାସ ପ୍ରଶ୍ଵାସ ରୋଗରେ ପଡ଼ୁଛନ୍ତି ।
ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଘଠନ ପକ୍ଷରୁ ୨୦୧୫ରେ ପ୍ରକାଶିତ ତଥ୍ୟରେ ଉଲ୍ଲେଖ କରାଯାଇଛି ଯେ ବାୟୁ ପ୍ରଦୂଷଣ ଯୋଗୁ ବିଶ୍ଵରେ ବାର୍ଷିକ ଆଠ ନିୟୁତ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି ।
ବିଶେଷ କରି ଚାଇନା, ଭାରତ ଏଥିଯୋଗୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ।
୨୦୧୪ରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦର୍ଶାଇଥିଲେ ଯେ, ପୃଥିବୀର ସବୁଠାରୁ ପ୍ରଦୂଷିତା୨୦ଟି ସହର ମଧ୍ୟରେ ଭାରତର ୧୩ଟି ସହର ରହିଛି ।
ସାଧାରଣତଃ ବୟସ୍କ ଓ ବୃଦ୍ଧମାନେ ବାୟୁ ପ୍ରଦୁସଣଜନିତ ରୋଗର ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ।
ମାତ୍ରାଧିକ ପ୍ରଦୂଷଣ ମନୁଷ୍ୟ ଜୀବନର ଅଯୁକୁ ହାରାହାରି ୩.୨ବର୍ଷ ହ୍ରାସ କରୁଛି ।
ପ୍ରଦୂଷିତ ପରିବେଶରେ ବାସକରୁଥିବା ଯୋଗୁ ଲୋକେ ନାନା ପ୍ରକାର ମାରାତ୍ମକ ରୋଗର ଶିକାର ହେଉଛନ୍ତି ।
ହୃଦଘାତର ଶିକାର
ବାୟୁ ପ୍ରଦୂଷଣ ଯୋଗୁ ସ୍ୱାସ୍ଥ୍ୟଗତ ସମସ୍ଯା ବ୍ୟାପକ ହେବାରେ ଲାଗିଛି ।
ପରିସଙ୍ଖ୍ୟନରୁ ଦେଖାଯାଉଛି ଯେ, ସହରାଅଞ୍ଚଳର ଅଧିକାଂଶ ହୃଦଘାତର ଶିକାର ହେଉଛନ୍ତି ।
ଗବେଷଣାରୁ ଏହା ଜନାଜାଏଜେ ବାୟୁ ପ୍ରଦୂଷଣର ପ୍ରଭାବ ଥମୁଖ୍ୟତ ହୃତ୍ପିଣ୍ଡ ଉପରେ ପଡିଥାଏ ।
ଏହା ମଧ୍ୟ ଆମର ଭ୍ରୁଣ ଓ ଜନ୍ମ ହେବାକୁ ଥିବା ଶିଶୁକୁ ଆକ୍ରାନ୍ତ କରୁଛି ।
ଅଧିକାଂଶ ଶିଶୁ ଶାରୀରିକ ଓ ମାନସିକ ସ୍ତରରେ ବିକଳାଙ୍ଗ ହୋଇ ଜନ୍ମଗ୍ରହଣ କରୁଛନ୍ତି ।
ପ୍ରଦୂଷଣରେ ଆକ୍ରାନ୍ତ ମଣିଷ ନାନା ରୋଗରେ ପିଡିତ ହେଉଛି ।
କିନ୍ତୁ କୌଣସି ରୋଗୀ ପ୍ରଦୂଷଣଜନିତ ରୋଗରେ ଆକ୍ରାନ୍ତ ହେଉଥିବା କଥା ଡାକ୍ତର ମାନେ କହି ନଥାନ୍ତି ।
ତେଣୁ ରୋଗୀ ପ୍ରଦୂଷଣର ପ୍ରଭାବ ସମ୍ପର୍କରେ ହୃଦ୍ବୋଧ କରିପାରେ ନାହିଁ
ନିମ୍ନ ସରଣୀରେ କେତେକ ପ୍ରଦୂଷଣର ଉତପତି ସ୍ଥଳ ଓ ଏଗୁଡିକ ଦ୍ୟାରା ହେଉଥିବା ରୋଗ ସମ୍ପର୍କରେ ସୁଚିତ କରାଗଲା ।
ଆଗାମୀ ଦିନରେ ବାୟୁ ପ୍ରଦୂଷଣ ଗୁରୁତର ହୋଇ ଆମ ଜୀବନକୁ ପ୍ରଭାବିତ କରିବାର ଅଶଙ୍କକୁ ଏଡାଇ ଡିଜାଇନପାରେ ଏପରିକି ପୃଥିବୀ ପୃଷ୍ଠରେ ଜୀବନ ସତା ଲୋପ ପାଇଜୀବାର ଆଶଙ୍କା ମଧ୍ୟ ରହିଛି ।
ସାହାରାଅଞ୍ଚଳ , ଯୋଜୋନା, ପରିବହନ, ପ୍ରକୃତିକ ସମ୍ପଦ ଓ ପରିବେଶଜନିତ ବିଷୟରେ ସାମଗ୍ରିକ ପଦକ୍ଷପା ନେବା ଆବଶ୍ୟକ ।
ସ୍ମାର୍ଟ ସହର ପରିକଳ୍ପନରେ ପରିବେଶକୁ ଗୁରୁତ୍ଵ ଦିଆଯିବା ଆବଶ୍ୟକ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment