Commit a7347a99 authored by Nayan Ranjan Paul's avatar Nayan Ranjan Paul

Upload New File

parent 0b765a52
ଉଧାରଶୁଝା
ଚିତ୍ତରଞ୍ଜନ ଦାସ
ତା: ଅକ୍ଟୋବର୍ ୪, ୨୦୧୯
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ଫ୍ରାନ୍‌ସ୍‌ ଦେଶର ରାଜଧାନୀ ପାରିସ୍‌‌ ।
ରାସ୍ତାରେ କେତେ ମଣିଷଙ୍କର ଯାତାୟାତ ଲାଗିରହିଛି ।
ଦୁଇକଡ଼ରେ ସୁନ୍ଦର ବଡ଼ବଡ଼ କୋଠାମାନ ।
ଫୁଲବଗିଚାରେ କେତେ କିସମର ଫୁଲ ଫୁଟିଛି ।
ସଞ୍ଜ ବୁଡ଼ି ଆସୁଛି ।
ସହରର ଗୋଟିଏ ବଡ଼ ହୋଟେଲରେ ସଞ୍ଜଭିଡ଼ ଲାଗିଗଲାଣି ।
ଲୋକଙ୍କର ଉଠିବା ବସିବା ଶବ୍ଦରେ ଘରଟାଯାକ ସରଗରମ ହୋଇ ରହିଛି ।
ଇନ୍ଦ୍ରପୁରୀ ପରି ଚମତ୍କାର ଖାଇବା ଜିନିଷମାନ ସଜାଇ ହୋଇ ଥୁଆ ହୋଇଛି ।
ହଠାତ୍‌ ଚଞ୍ଚଳ ଚକିତ ଭାବରେ ଜଣେ ଯୁବକ ହୋଟେଲ ଭିତରକୁ ପଶି ଆସିଲା ।
ଅନାଇଦେଲେ ବିଦେଶୀ ବୋଲି ଧରାପଡ଼ି ଯାଉଛି ।
ଛୋଟିଆ ମୁହଁଟି ଉପରେ ଦାଢ଼ି କେରାକ ବଡ଼ ଅବର୍ଜିଆ ଦିଶୁଛି ।
ଆଖିଦୁଇଟା ମିଟିମିଟି ହୋଇ ଜଳୁଛି ।
ବାଳଗୁଡ଼ାକ ନୁଖୁରା ।
ବେଶପୋଷାକରେ ବାଗସାଗ ନାହିଁ ।
ସେସବୁ ଆଡ଼କୁ ଯେପରି ଯୁବକଟିର ଆଦୌ କୌଣସି ଦୃଷ୍ଟି ନାହିଁ ।
ଖାଲି ଟେବୁଲଟିଏ ପାଖକୁ ଆସି ସେ ଚଉକି ଉପରେ ବସିପଡ଼ିଲା ।
ସଙ୍ଗେ ସଙ୍ଗେ ପରଷିବାବାଲା ଆସି ବରାଦ ମୁତାବକ ଖାଇବା ଜିନିଷ ଆଣି ଥାଳିରେ ଅଜାଡ଼ି ଦେଇଗଲା ।
ପରଷା ଶେଷ ନ ହେଉଣୁ ଯୁବକଟିର ହାତ ଚାଲିଛି- ସତେ ଯେପରି ଭୋକରେ ତା’ର ପେଟ ଜଳୁଥିଲା ।
ବରାଦ ପରେ ବାରଦ ଦେଇ ସେ ପେଟ ପୂରିବାଯାଏ ଖାଇବାରେ ଲାଗିଥାଏ ।
କିନ୍ତୁ ଖାଇଲେ ତ ପୁଣି ପଇସା ମଧ୍ୟ ଦେବାକୁ ପଡ଼ିବ! ବେଳସୁଁ ଯୁବକଟି ପରଷିଲାବାଲାକୁ ଡାକି ଚୁପ୍‌ଚୁପ୍‌ ସତ କଥାଟି କହିଦେଲା ‘‘ବର୍ତ୍ତମାନ ମୋ ପାଖରେ ପଇସାଟିଏ ବି ଦେବାକୁ ନାହିଁ ।
ରାଜନୀତିରେ ଯୋଗ ଦେଇଥିବାରୁ ସରକାର ମୋତେ ଦେଶରୁ ତଡ଼ି ଦେଇଛନ୍ତି ।
ଯଦି ତୁମେ ବର୍ତ୍ତମାନ ମୋ ପଇସାଟା ଦେଇଦିଅନ୍ତ, ତେବେ ପରେ ମୁଁ ନିଶ୍ଚୟ ତୁମର ଉଧାର ଶୁଝିଦିଅନ୍ତି!’’
ପରଷିଲାବାଲା ଜଳଜଳ କରି ଅନାଇ ରହିଲା ।
ଧନୀ ସହର ପାରିସ୍‌ରେ ପଇସା ନ ଥାଇ ପୁଣି କିଏ ହୋଟେଲ୍‌ରେ ପଶିବାକୁ ସାହସ କରିବ! ଯାହାହେଉ, ବିଶ୍ୱାସ କରି ସିଏ ଯୁବକଲାଗି ଖର୍ଚ୍ଚଟା ଦେଇଦେଲା ।
ଯୁବକଟିର ନାମ ହେଉଛି ଲେନିନ୍‌ ।
ତା’ର କେତେଦିନ ପରେ ଋଷିଆରେ ବିପ୍ଳବ ହେଲା ।
ଜାର୍‌ ସରକାର ତଡ଼ା ଖାଇଲେ, ଲେନିନ୍‌ ଦେଶର ନୂତନ ସଭାପତି ବଛାହେଲେ ।
କିନ୍ତୁ ପାରିସ୍‌ ସହରର ସେହି ପଇସା ଉଧାର କରିଥିବା କଥା ସେ ଭୁଲି ନ ଥାନ୍ତି ।
ସଙ୍ଗେ ସଙ୍ଗେ କେତେକ ଉପହାର ସହିତ ଧାର କରିଥିବା ପଇସାତକ ସେ ସେହି ପରଷିବାବାଲାର ଠିକଣାରେ ପଠାଇ ଦେଲେ ।
କିଛିଦିନ ପରେ ଗୋଟିଏ ଚିଠି ଓ ପଇସା ଫେରି ଆସିଲା ।
ଚିଠିରେ ଲେଖା ହୋଇଥିଲା, ‘‘ଦେଶରୁ ତଡ଼ା ଖାଇଥିବା ଜଣେ ଅଭାବଗ୍ରସ୍ତ ଯୁବକକୁ ମୁଁ ପଇସା ଦେଇଥିଲି ।
ଏଡ଼େବଡ଼ ଗୋଟାଏ ଦେଶର ସଭାପତିକୁ ଉଧାର ଦେଇଥିଲେ ସିନା ବର୍ତ୍ତମାନ ତାଙ୍କରିଠାରୁ ପରିଶୋଧ ନେଇଥାନ୍ତି!’’
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment