Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
bfb4b624
Commit
bfb4b624
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
423d51a5
Changes
1
Hide whitespace changes
Inline
Side-by-side
Showing
1 changed file
with
38 additions
and
0 deletions
+38
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_14
...lingual-corpora/odiasahitya.com/sent_odiasahitya_lekha_14
+38
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_14
0 → 100644
View file @
bfb4b624
କଳାଧନର ବିଷଚକ୍ର
ମହାପାତ୍ର ନୀଳମଣି ସାହୁ
ତା: ଡିସେମ୍ବର୍ ୬, ୨୦୧୬
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ଏକଥା ସତ ଯେ, ପୂର୍ବକାଳ ଅପେକ୍ଷା ବର୍ତ୍ତମାନ ଧନ ଉପାର୍ଜନ ପାଇଁ ଯଥେଷ୍ଟ ସୁଯୋଗ ସୃଷ୍ଟି କରାଯାଇପାରିଛି ।
ସରକାରମାନେ ଧନସମ୍ପଦ ଜନ୍ମ କରିପାରିବେ ନାହିଁ କିମ୍ବା ଜୋର୍ ଜବରଦସ୍ତି କରି କାହାକୁ ଧନୀ ମଧ୍ୟ କରିଦେଇପାରିବେ ନାହିଁ ।
ଦାରିଦ୍ର୍ୟର ସୀମାରେଖା ତଳେ ଥିବା ଦରିଦ୍ରମାନଙ୍କୁ ସରକାର ହାତ ଧରି ତା’ ଉପରକୁ ଟାଣି ଆଣି ପାରିବେ ନାହିଁ ।
ଦେଶରେ ଯେତେ ଧନସମ୍ପଦ ଅଛି-ସେସବୁକୁ ଯଦି ଗୋଟିଏ ସରକାର ସମସ୍ତଙ୍କୁ ସମାନଭାବେ ବାଣ୍ଟିଦିଏ ତେବେ ସୁଦ୍ଧା ଦେଶରୁ ଗରିବୀ କେବେ ହଟିବ ନାହିଁ ।
ଗରିବ ଲୋକଙ୍କ ସଂଖ୍ୟା କେବେବି ମୂଳପୋଛ ହେବ ନାହିଁ ।
ସରକାର କେବଳ ସମସ୍ତଙ୍କ ଉପାର୍ଜନ ପାଇଁ ସୁଯୋଗ ସୃଷ୍ଟି କରିବେ ।
ଧନବାନ୍ ହେବାକୁ ହେଲେ ଜଣକୁ ଅର୍ଜନ, ଉତ୍ପାଦନ, ସଞ୍ଚୟ ଓ ସରବରାହ ଏ ସମସ୍ତ କରିବାକୁ ହୁଏ ।
ଏଥିପାଇଁ ଶରୀରର ଶକ୍ତି ଓ ବୁଦ୍ଧିର ଶକ୍ତି ଖର୍ଚ୍ଚ କରିବାକୁ ହୁଏ ।
ଧନ ଉପାର୍ଜନର ଯୋଉସବୁ ସୁଯୋଗ ରହିଛି-ସେଇ ସୁଯୋଗଗୁଡ଼ିକର ସଦ୍ବ୍ୟବହାର କରିବାକୁ ହୁଏ ।
ଯେଉଁମାନେ ଆଜି କୃଷି, ବାଣିଜ୍ୟ, ଶିଳ୍ପ ଆଦି କ୍ଷେତ୍ରରେ ଧନବାନ୍ ହୋଇଛନ୍ତି ଏବଂ ତା’ ଫଳରେ ଶହ ଶହ ଲୋକଙ୍କ ପାଇଁ ଦାନାକନା ଉତ୍ପାଦନର କ୍ଷେତ୍ର ସୃଷ୍ଟି କରିଛନ୍ତି-ସେମାନେ ନିଶ୍ଚିତଭାବେ ଆମ ସମସ୍ତଙ୍କର ପ୍ରଶଂସାର ପାତ୍ର ।
ଜଣେ ଜଣେ ମହାଉଦ୍ଯୋଗୀ ପ୍ରତିଭାବାନ୍ ଶିଳ୍ପପତିଙ୍କ ଯୋଗୁଁ ଆମର ଜାତୀୟ ସମ୍ପଦ ବୃଦ୍ଧି ପାଇଛି ଏବଂ ସେମାନେ କଳକାରଖାନା ଖୋଲିଥିବାରୁ ଓ ବାଣିଜ୍ୟକ୍ଷେତ୍ର ଖୋଲିଥିବାରୁ ହଜାର ହଜାର ଲୋକ ସେଠାରେ କାର୍ଯ୍ୟ କରି ନିଜର ଦାରିଦ୍ର୍ୟ ଅପନୋଦନ କରିପାରୁଛନ୍ତି ।
ଦେଶର ବଣିକ ଓ ଶିଳ୍ପପତିମାନେ ମଧ୍ୟ ଆଜି ବହୁ ସର୍ବସାଧାରଣ କାର୍ଯ୍ୟରେ ବିପୁଳ ପରିମାଣରେ ଆର୍ଥିକ ସାହାଯ୍ୟ କରିଥାନ୍ତି ।
ଖାଲି ସେତିକି ନୁହେଁ-ଗଣତନ୍ତ୍ର ଶାସନରେ ଯେଉଁ ଭୋଟ ରାଜନୀତି ଚାଲିଛି-ସେଥିରେ ମଧ୍ୟ ଆମର ରାଜନୀତିକ ନେତାମାନେ ଏହିସବୁ ଧନବାନ୍ ଶିଳ୍ପପତି ଓ ବଣିକମାନଙ୍କଠାରୁ ନିର୍ବାଚନରେ ଲଢ଼ିବା ପାଇଁ ପ୍ରଚୁର ଅର୍ଥ-ଚାନ୍ଦା ଆଦାୟ କରନ୍ତି ।
ଦେଶର ଏପରି କୌଣସି ଦଳ ନାହିଁ ବା ଏପରି କେହି ରାଜନେତା ନାହାନ୍ତି-ଯେଉଁମାନେ କି ନିର୍ବାଚନରେ ଲଢ଼ିବା ପାଇଁ ଏମାନଙ୍କଠାରୁ ବିପୁଳ ଅର୍ଥ ଚାନ୍ଦା ଗ୍ରହଣ ନ କରନ୍ତି ।
ବର୍ତ୍ତମାନ ତ ଏହା ଏକ ବିଷଚକ୍ରରେ ପରିଣତ ହେଲାଣି ।
ଦେଶରେ ଯେଉଁ ପ୍ରକାର ଅସାଧୁତା, ଅନୀତି ଓ ଅନ୍ୟାୟ ବର୍ତ୍ତମାନ ଖୁବ୍ ବଢ଼ିଯାଇଛି ବୋଲି କୁହାଯାଉଛି-ତା’ ର ମୂଳ କାରଣ ତ ଏଇଠି ରହିଛି ।
ଯେତେଦିନ ପର୍ଯ୍ୟନ୍ତ ଏହି ପ୍ରକାର ଗଣତନ୍ତ୍ର ଥିବ ଓ ଏହିପ୍ରକାର ନିର୍ବାଚନ ପଦ୍ଧତି ରହିଥିବ; ସେତେଦିନ ପର୍ଯ୍ୟନ୍ତ ଦେଶ ଏହି ବିଷ-ଚକ୍ର ଭିତରୁ ମୁକୁଳିପାରିବ ନାହିଁ ।
କ୍ଷମତା ରାଜନୀତିରେ ମାତିଥିବା ନେତାମାନେ ଓ ଦେଶର ବେପାରୀ ଶିଳ୍ପପତିମାନେ-ବର୍ତ୍ତମାନ ଉଭୟେ ଏହି ଗୋଟିଏ ବିଷ-ଚକ୍ର ଭିତରେ ହାତ ଧରାଧରି ହୋଇ ପଡ଼ିଛନ୍ତି ସେଥିରୁ ଆଉ କେହି କାହାକୁ ମୁକୁଳାଇ ପାରିବେ ନାହିଁ ।
ସେପରି ପରିସ୍ଥିତି ମଧ୍ୟ ଆଉ ବର୍ତ୍ତମାନ ନାହିଁ ।
ଏହା ବର୍ତ୍ତମାନ ଏପରି ଏକ ଦୁରବସ୍ଥାକୁ ଆସିଗଲାଣି ଯେ, ଦେଶର ସୁସ୍ଥ ଓ ସାଧାରଣ ଅର୍ଥନୀତି ମଧ୍ୟ ଭୁଶୁଡ଼ି ପଡ଼ିଲାଣି ।
ଦେଶରେ ବର୍ତ୍ତମାନ ରାଷ୍ଟ୍ରୀୟ ଧନ ଅପେକ୍ଷା କଳାଧନର ପରିମାଣ ଯଥେଷ୍ଟ ବଢ଼ିଯାଇଛି ଓ ଏହି କଳାଧନ ହିଁ ବର୍ତ୍ତମାନ ଆମର ଅର୍ଥନୀତି ଓ ରାଜନୀତିକୁ ନିୟନ୍ତ୍ରଣ କରୁଛି ।
ଶେଷ କଥା ହେଲା- ଏହା ଆମର ସାମାଜିକ ବ୍ୟବସ୍ଥା ଓ ରାଜନୀତିକୁ ନିୟନ୍ତ୍ରଣ କରୁଛି ।
ଏହାଫଳରେ ଆମର ସାମାଜିକ ଓ ବ୍ୟକ୍ତିଗତ ନୈତିକତା ଛାଏଁ ଛାଏଁ ଚୁଲିକି ଗଲାଣି ।
ଅବସ୍ଥା ଏପରି ହେଲାଣି ଯେ, ସାଧାରଣ ଲୋକଟିଏ ମଧ୍ୟ ଅଧିକ ଧନୀ ହେବା ଲାଗି ତା’ ନିଜ କ୍ଷେତ୍ରରେ କଳା-ଧନ ଉପାର୍ଜନ କରିବାରେ ଅଧିକ ତତ୍ପର ହୋଇପଡ଼ିଛି ।
ସମସ୍ତଙ୍କର ଗୋଟିଏ ବଦ୍ଧମୂଳ ଧାରଣା ହୋଇଗଲାଣି ଯେ, ସତ୍ ଉପାୟରେ ଧନ-ଅର୍ଜନ କରି କେହି ଧନୀ ହୋଇପାରିବ ନାହିଁ ।
ଏପରିକି ସାଧାରଣ ସୁଖ ସ୍ୱଚ୍ଛନ୍ଦରେ ମଧ୍ୟ ଆଜିକାଲି ବଜାରରେ ଚଳି ହେବ ନାହିଁ-ବଞ୍ଚି ହେବ ନାହିଁ ।
ତେଣୁ ଆଜିକାଲି ଚାକିରିଠାରୁ ଆରମ୍ଭ କରି ବଣିଜ ପର୍ଯ୍ୟନ୍ତ ସର୍ବତ୍ର ସମସ୍ତେ ଯେକୌଣସି ଉପାୟରେ କଳାଧନ ଉପାର୍ଜନ କରିବାରେ ଲାଗିପଡ଼ିଛନ୍ତି ।
ଏବଂ ବିଚିତ୍ର କଥା ଏହି ଯେ, ସବୁ ସରକାର କଳାବେପାରୀଙ୍କୁ ଜବତ କରିବାକୁ ଖୁବ୍ ଚେଷ୍ଟା ଚଲେଇଥାନ୍ତି ।
କିନ୍ତୁ ସେହି ସରକାରର ପ୍ରତ୍ୟେକ ନେତା ନିର୍ବାଚନ ଯୁଦ୍ଧରେ ଜୟଲାଭ କରିବା ପାଇଁ ଭୋଟବେଳେ ଏଇ କଳାଧନର ସାହାଯ୍ୟ ନେଇଥାନ୍ତି ।
କଳାଧନର ସାହାଯ୍ୟରେ କ୍ଷମତାକୁ ଆସି କଳାଧନ ରୋଜଗାର କରୁଥିବା ଅସାଧୁ ଅସାମାଜିକ ଲୋକଙ୍କୁ ଜବତ୍ କରିବାକୁ ବସିବା ଏକ ହାସ୍ୟକର ବ୍ୟାପାର ।
ଏହା ଅସମ୍ଭବ ନୁହେଁ କି? ଦେଶ ସ୍ୱାଧୀନ ହେଲା ପରଠାରୁ ସ୍ୱାଧୀନ ସରକାରମାନେ ଦେଶରୁ ଦାରିଦ୍ର୍ୟ ହଟାଇବା ପାଇଁ ଦରିଦ୍ର ଲୋକଙ୍କ ପାଇଁ ଧନ-ଉପାର୍ଜନର ବହୁ ଧନ୍ଦା ସୃଷ୍ଟି କରିଛନ୍ତି ।
କିନ୍ତୁ ସେ ସବୁ ଧନ୍ଦା କରି କେହି ଧନୀ ହୋଇପାରିବ ନାହିଁ ।
ଧନୀ ହେବା ପାଇଁ ବା ରାତାରାତି ଧନୀ ହେବା ପାଇଁ ଦେଶରେ ଅନ୍ୟସବୁ ଧନ୍ଦା ସୃଷ୍ଟି ହୋଇଯାଇଛି ।
ସ୍ୱର୍ଗତ ମହାପାତ୍ର ନୀଳମଣି ସାହୁଙ୍କ ଦ୍ୱାରା ବେଶ୍ କିଛି ବର୍ଷ ପୂର୍ବେ ଲିଖିତ ଏହି ପ୍ରବନ୍ଧଟିର ଗୁରୁତ୍ୱ ଆଜି ମଧ୍ୟ ରହିଥିବାରୁ ତାଙ୍କ ଜନ୍ମ ମାସରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀପୂର୍ବକ ଏହି ପ୍ରବନ୍ଧଟି ପ୍ରକାଶିତ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment