Commit 19b3e9f5 authored by Nayan Ranjan Paul's avatar Nayan Ranjan Paul

Upload New File

parent 6bbb8f5b
ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଆଜି ସହିଦ ଦିବସରେ ପ୍ରଧାନମନ୍ତ୍ରୀ ମଧ୍ୟ ଆମ ଦେଶକୁ ସାହସିକତାର ସହିତ ରକ୍ଷା କରିଥିବା ସମସ୍ତ ମହାନ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବାପୁଙ୍କ ତାଙ୍କ ପୁଣ୍ୟ ତିଥିରେ ସ୍ମରଣ କରିବା ।
ତାଙ୍କର ମହାନ ଆଦର୍ଶକୁ ଅଧିକ ଲୋକପ୍ରିୟ କରିବା ଆମର ସାମୂହିକ କର୍ତ୍ତବ୍ୟ ।
ଆଜି, ସହିଦ ଦିବସରେ, ଆମ ଦେଶକୁ ସାହସର ସହିତ ରକ୍ଷା କରିଥିବା ସମସ୍ତ ମହାନ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ।
ସେମାନଙ୍କର ସେବା ଏବଂ ସାହସିକତା ସର୍ବଦା ସ୍ମରଣୀୟ ହୋଇ ରହିବ ।“
ପ୍ରଧାନମନ୍ତ୍ରୀ ୭୫% ରୁ ଅଧିକ ବୟସ୍କ ଲୋକଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ କରାଯିବା ନେଇ ଖୁସି ବ୍ୟକ୍ତ କରିଛନ୍ତି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୫% ବୟସ୍କ ଲୋକଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ କରାଯିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସମସ୍ତ ୭୫% ବୟସ୍କଙ୍କ ସଂପୂର୍ଣ୍ଣ ଟୀକାକରଣ କରାଯାଇଛି ।
ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆମର ନାଗରିକମାନଙ୍କୁ ଅଭିନନ୍ଦନ
ଯେଉଁମାନେ ଆମ ଟୀକାକରଣ ଅଭିଯାନକୁ ସଫଳ କରୁଛନ୍ତି ସେମାନଙ୍କ ପାଇଁ ଗର୍ବିତ ।”
ପ୍ରଧାନମନ୍ତ୍ରୀ ଜାନୁଆରୀ ୩୧ ତାରିଖରେ ଏନ୍‍ସିଡବ୍ଲ୍ୟୁର ୩୦ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୩୧ ଜାନୁୟାରୀ ୨୦୨୨ ଅପରାହ୍ନ ୪ଟା ୩୦ ରେ ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ)ର ୩୦ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।
ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ‘ସି ଦି ଚେଞ୍ଜ ମେକର୍‌', ଯାହା ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ସଫଳତାକୁ ପାଳନ କରିବା ପାଇଁ ଉଦ୍ଦିଷ୍ଟ ।
ରାଜ୍ୟ ମହିଳା ଆୟୋଗ, ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ, ବିଶ୍ୱବିଦ୍ୟାଳୟ ଏବଂ କଲେଜର ଅଧ୍ୟାପକ ଏବଂ ଛାତ୍ର, ସ୍ୱେଚ୍ଛାସେବୀ ସଂଗଠନ, ମହିଳା ଉଦ୍ୟୋଗୀ ଏବଂ ବ୍ୟବସାୟୀ ସଙ୍ଗଠନ ଏହି କାର୍ଯ୍ୟକ୍ରମର ଏକ ଅଂଶ ହେବେ ।
ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment