Commit ac59a5f8 authored by Nayan Ranjan Paul's avatar Nayan Ranjan Paul

Upload New File

parent ec9898ce
ଆଳୁରେ ରହିଛି ଅନେକ ରୋଗର ଔଷଧ
ଆଳୁ
ଆଳୁ ଏକ ଏମିତି ପରିବା ଯାହାର ବ୍ୟବହାର ପ୍ରାୟ ସବୁ ଘରେ ହୋଇଥାଏ ।
ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଦେଖିବାକୁ ମିଳେ ଆଳୁ ।
କିନ୍ତୁ ଅନେକଙ୍କ ବିଶ୍ୱାସ ଆଳୁ ଖାଇଲେ ମୋଟାପଣ ବଢିଥାଏ ।
କାରଣ ଆଳୁରେ ଶର୍କରା ଅଧିକ ଥାଏ ।
ହେଲେ ଆଳୁରେ ମଧ୍ୟ ଲୁଚି ରହିଛି ଅନେକ ରୋଗର ଔଷଧ ।
ଏବେ ନଜର ପକାନ୍ତୁ ଆଳୁର ଔଷଧୀୟ ଗୁଣ ଏବଂ ଏହାର ବ୍ୟବହାର ଉପରେ ।
ଔଷଧୀୟ ଗୁଣ
ଓଜନ କମାଇଥାଏ ଆଳୁ :
ଆଳୁ ରସ ଓଜନ କମାଇବାରେ ସାହାଯ୍ୟ କରିଥାଏ ।
ତେଣୁ ପ୍ରତିଦିନ ସକାଳ ଖାଦ୍ୟ ଖାଇବା ପୂର୍ବରୁ ଆଳୁ ରସ ବା ଜୁସ୍ ସେବନ କରନ୍ତୁ ।
ବଢୁଥିବା ଓଜନକୁ କମାଇବାରେ ଏହା ସାହାଯ୍ୟ କରେ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି ।
ଆଣ୍ଠୁ ଗଣ୍ଠି ପୀଡାରୁ ମୁକ୍ତି :
ଆଳୁ ରସ ଖାଇଲେ ଆଣ୍ଠୁ ଗଣ୍ଠି ପୀଡାରୁ ମୁକ୍ତି ମିଳିଥାଏ ।
ଆଳୁ ଜୁସ୍ ସେବନ ଶରୀରରେ ଥିବା ୟୁରିକ୍ ଏସିଡ୍ କେବଳ ବାହାରକୁ ବାହାରିନଥାଏ ବରଂ ଗଣ୍ଠିରେ ହେଉଥିବା ପୀଡା ମଧ୍ୟ କମିଥାଏ ।
ଏସିଡିଟିରୁ ମିଳେ ଆରାମ :
ଯେଉଁ ମାନଙ୍କୁ ଏସିଡିଟିର ସମସ୍ୟା ଥାଏ ସେମାନେ ଆଳୁ ରସ ସେବନ କରି ଶୀଘ୍ର ଏଥିରୁ ମୁକ୍ତି ପାଇ ପାରିବେ ।
ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଅଧାକପ୍ ଆଳୁ ରସ ପିଅନ୍ତୁ ।
ପେଟ ପୋଡିବା :
ଅନେକ ଲୋକ ପେଟ ପୋଡିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।
ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ପ୍ରତିଦିନ ଆଳୁ ରସ ବା ଜୁସ୍ ପିଅନ୍ତୁ ।
ଏପରି ନିୟମିତ କଲେ ଶୀଘ୍ର ଏଥିରୁ ଆରାମ ମିଳିବ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment