Commit 4c5a36ff authored by Nayan Ranjan Paul's avatar Nayan Ranjan Paul

Upload New File

parent 06bd1ae6
ଯୌନ ଶକ୍ତି ବଢାଇବାର ୫ ଆୟୁର୍ବେଦୀୟ ଉପଚାର
ଉପକ୍ରମ
ଯୌନ ଶକ୍ତି ବଢାଇବା ପାଇଁ ବିଭିନ୍ନ ଗବେଷଣାମାନ ଚାଲୁ ରହିଛି ।
ହେଲେ ଆମ ଭାରତୀୟ ସ୍ୱାସ୍ଥ୍ୟ ବିଜ୍ଞାନରେ ଆୟୁର୍ବେଦରେ ଏପରି ଉପାୟମାନ ଅଛି, ଯାହା ବୈଜ୍ଞାନିକଙ୍କ ଗବେଷଣାକୁ ପଛରେ ପକାଇ ଦେଇଛି ।
ଏପରି ୫ଟି ଆୟୁର୍ବେଦୀୟ ଉପଚାର, ଯାହା ଯୌନ ଶକ୍ତି ବଢାଇବାରେ ସାହାୟକ ହେବ ।
ଉପଚାର
ତୁଳସୀ
୫ ଗ୍ରାମ୍ ତୁଳସୀ ମଞ୍ଜି ଓ ୩୦ ଗ୍ରାମ୍ ମୁସଲୀ ନେଇ ଚୂର୍ଣ୍ଣ କରନ୍ତୁ ।
୬୦ ଗ୍ରାମ୍ ମିଶ୍ରି ଚୂର୍ଣ୍ଣ କରି ଏଥିରେ ମିଶାନ୍ତୁ ।
ଏହାକୁ ଏକ ବୋତଲରେ ଭର୍ତ୍ତି କରି ରଖନ୍ତୁ ।
ସକାଳ ଓ ସନ୍ଧ୍ୟାରେ ଏହି ଚୂର୍ଣ୍ଣରୁ ୫ ଗ୍ରାମ୍ ଲେଖାଏଁ ଗାଈ କ୍ଷୀରରେ ଖାଆନ୍ତୁ ।
ଏହାଦ୍ଵାରା ଯୌନ ଦୁର୍ବଳତା ଦୂର ହେବ ।
ରସୁଣ
୨୦୦ ଗ୍ରାମ୍ ରସୁଣକୁ ପେଷ୍ଟ କରି ଏଥିରେ ମହୁ ମିଶାଇ ଏକ ସଫା ବୋତଲରେ ଏହାକୁ ଭର୍ତ୍ତି କରନ୍ତୁ ଓ ବୋତଲ ବନ୍ଦ କରି ୩୧ ଦିନ ପର୍ଯ୍ୟନ୍ତ ରଖନ୍ତୁ ।
ଏହା ପରେ ଦିନକୁ ୧୦ ଗ୍ରାମ୍ ଲେଖା ୪୦ ଦିନ ଖାଆନ୍ତୁ ।
ଏହାଦ୍ଵାରା ଯୌନ ଶକ୍ତି ବଢିପାରିବ ।
ଡାଲଚିନି
ଦୁଇଗ୍ରାମ୍ ଡାଳିଚିନି ଚୂର୍ଣ୍ଣ ସକାଳେ- ସନ୍ଧ୍ୟାରେ କ୍ଷୀରରେ ମିଶାଇ ପିଅନ୍ତୁ ।
ଏହାଦ୍ଵାରା ବୀର୍ଯ୍ୟ ବଢିବା ସହିତ ଯୌନ ଦୁର୍ବଳତା ଦୂର ହୋଇଥାଏ ।
ଜାଇଫଳ
ଏକ ଗ୍ରାମ୍ ଜାଇଫଳ ଚୂର୍ଣ୍ଣ କରି ସକାଳେ ଥଣ୍ଡା ପାଣିରେ ଖାଆନ୍ତୁ ।
କିଛି ଦିନ ପରେ ଯୌନ ଦୁର୍ବଳତା ଦୂର ହେବ ।
ଖଜୁରୀ
ଶୀତଦିନେ ସକାଳେ ଦୁଇତିନିଟି ଖଜୁରୀ ଘିଅରେ ଭାଜି ନିୟମିତ ଖାଆନ୍ତୁ ।
ଏହାପରେ ଅଳେଇଚ ଚିନି କ୍ଷୀରରେ ମିଶାଇ ଫୁଟାନ୍ତୁ ଏବଂ କିଛି ସମୟ ପରେ ପିଅନ୍ତୁ ।
ଏହା ଉତ୍ତମ ଯୌନ ଶକ୍ତି ବର୍ଦ୍ଧକ ଭାବେ କାର୍ଯ୍ୟ କରିବ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment