Commit 81039d66 authored by Nayan Ranjan Paul's avatar Nayan Ranjan Paul

Upload New File

parent dc1a1377
କିଡନୀ ସମସ୍ୟା
ଉପକ୍ରମ
ଖରାଦିନେ ତାପମାତ୍ରା ବୃଦ୍ଧି ଯୋଗୁଁ କିଡନୀ ସମସ୍ୟ ବୃଦ୍ଧି ହୁଏ ।
ସାଧାରଣତଃ ଜଳବାୟୁ ପରିବର୍ତ୍ତନ
କ୍ଷେତ୍ରରେ ୫ ରୁ ୭ ଡିଗ୍ରୀ ତାପମାତ୍ରା ବୃଦ୍ଧି କିଡନୀ ଷ୍ଟୋନ୍ ସମସ୍ୟାକୁ ୩୦ ପ୍ରତିଶତ ବଢାଇ ଦିଏ ।
ପ୍ରବଳ ଗରମ ହେତୁ ଦେହରୁ ଝାଳ ବାହାରେ ।
ଏହାଦ୍ଵାରା ଶରୀରରେ ଜଳାୟଅଂସ ହ୍ରାସ ଯାଏ ।
ଏହା ମଧ୍ୟ କିଡନୀ ଷ୍ଟୋନ୍ କୁ ବୃଦ୍ଧି କରିବାରେ ସହାୟକ ହୁଏ ।
ତେଣୁ କିଡନୀ ସମସ୍ୟାରୁ ଦୂରେଇବା ପାଇଁ
ନିରାକରଣ
ଖରାଦିନେ ଅଧିକରୁ ଅଧିକ ପାଣି ପିଅନ୍ତୁ ।
କିଡନୀ ଷ୍ଟୋନ୍ ର ଆଶଙ୍କାକୁ କମାଇବା ପାଇଁ ଲେମ୍ବୁ ପାଣି ପିଆନ୍ତୁ ।
କ୍ୟାଲସିୟମ୍ ଅକ୍ସାଲେଟ୍ ଯାହାକି ମୃହୁ ପାନୀଯ, ଥଣ୍ଡା ଚା, ଚକୋଲେଟ୍ ଇତ୍ୟାଦିରୁ ମିଳିଥାଏ ।
ଏହା ରୋଗ ସୃଷ୍ଟିରେ ସହାୟକ ହୋଇଥାଏ ।
ତେଣୁ ଏସବୁଠାରୁ ଦୂରେଇ ରହନ୍ତୁ ।
ଲୁଣା କମ୍ ଖାଆନ୍ତୁ ଏବଂ ଏହାକୁ ଏକ ଅଭ୍ୟାସ କରନ୍ତୁ ।
ମାଛ, ମାଂସ ଥଣ୍ଡା ଏ ସମସ୍ତ ଖାଦ୍ୟରେ ପ୍ୟୁରିନ୍ସ ଥାଏ ।
ଯାହାକି ପ୍ରକୃତିକ ପଦାର୍ଥକୁ ୟୁରିକ୍ ଅମ୍ଳରେ ପରିଣତ କରିଥାଏ ।
ତେଣୁ ଏସବୁ ଖାଦ୍ୟ କମ୍ ଖାଇବା ଭଲ ।
ଅତ୍ୟଧିକ ସାଲାଡ୍ ଖାଆନ୍ତୁ ।
ଏହା ଶରୀରରେ ଜଳୀୟଅଂଶ ବଢାଇଥାଏ ।
ବ୍ୟାୟାମ୍ ଶରୀରର ଓଜନ କମାଇବା ସହ ଶରୀରକୁ ସମସ୍ତ ପ୍ରକାର ରୋଗ ଦାଉରୁ ରକ୍ଷା କରିଥାଏ ।
ତେଣୁ ପ୍ରତିଦିନ ବ୍ୟାୟାମ କରନ୍ତୁ ।
ଡାକ୍ତର ପରାମର୍ଶ କ୍ରମେ ଠିକ୍ ଭାବେ ଔଷଧ ସେବନ ଫଳରେ ଏହି ରୋଗରୁ ମଧ୍ୟ ରକ୍ଷା ମିଳିପାରିବ ।
କିଡନୀ କାର୍ଯ୍ୟ ଦକ୍ଷତା ହ୍ରାସ ପାଏ
କ୍ଷରରଦିନେ ଅଧିକ ମାତ୍ରାରେ ଝାଳ ବାହାରିବା ହେତୁ ଶରୀରର ଜଳୀୟ ଅଂଶ ହ୍ରାସ ପାଏ ।
ଫଳରେ ଉତ୍ତମ ରୂପରେ କିଡନୀକୁ ରକ୍ତସଞ୍ଚାଳନ ହୋଇପାରେ ନାହିଁ ।
ଏହା ବାହାରି ପାରେ ନାହିଁ ।
ଏହା କିଡନୀରେ ଜମି ରହେ ।
ଫଳରେ କିଡନୀ ଉତ୍ତମ ରୂପେ କାର୍ଯ୍ୟ କରିପାରେ ନାହିଁ ।
ଏହାଯୋଗୁଁ ଅନେକଙ୍କ କିଡନୀ ଅକାମୀ ହୋଇଥାଏ ।
ଯେଉଁ ବ୍ୟକ୍ତିର କିଡନୀ ଭଲ ଥାଏ, ସେମାନଙ୍କର ଖରାଯୋଗୁଁ ୧୫ ପ୍ରତିଶତ ନିଷ୍କ୍ରିୟ ହୋଇଯାଏ ।
ଯେଉଁମାନଙ୍କର କିଡନୀ ଖରାପ ଥାଏ, ଯଦି ସେମାନଙ୍କର କିଡନୀ ଫେଲ୍ ନହୁଏ , ତେବେ କିଡନୀର କାର୍ଯ୍ୟ କରିବାର କ୍ଷମତା ଆହୁରି କମିଯାଏ ।
ଏଥିରୁ ରକ୍ଷା ପାଇବା ପାଇଁ ଖରାଦିନେ ପ୍ରଚୁର ପାଣି ପିଇବା ଦରକାର ।
ଲୁଣ , ଲେମ୍ବୁ ମିଶା ପାଣି ପିଇଲେ ଭଲ ।
ସନ୍ତୁଳିତ ଆହାର ଖାଆନ୍ତୁ ।
ଅଧିକ ତୈଳାକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment